କମ୍ପିବ ବିର୍ସାମୁଣ୍ଡା ଷ୍ଟାଡିୟମ,୧୫ରୁ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍

ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁଣି ଖେଳାଯିବ ହକି ପ୍ରୋ ଲିଗ । ମ୍ୟାଚର ଟିକେଟ ନେବାକୁ ଦର୍ଶକଙ୍କ ମାନଙ୍କର ଲାଗିଲାଣି ଲମ୍ବା ଲାଇନ । ମାର୍ଚ୍ଚ ୧୦ ତାରିଖ ଠାରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ଅନୁଷ୍ଠିତ ହେବ । ଏଥିପାଇଁ ଅନଲାଇନ ଟିକେଟ ବିକ୍ରୀ ଶେଷ ହୋଇଥିବା ବେଳେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ବିର୍ସାମୁଣ୍ଡା ହକି ଷ୍ଟାଡ୍ରିୟମର ଦୁଇଟି କାଉଂଟରରେ ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିସହିତ ଅନଲାଇନରେ ଟିକେଟ କିଣିଥିଲେ ବିର୍ସାମୁଣ୍ଡା ଷ୍ଟାଡିୟମର ଗେଟ ନମ୍ବର ୨ଓ୬ରୁ ଟିକେଟ ସଂଗ୍ରହ କରିପାରିବେ । ଏଥିନେଇ ବ୍ୟବସ୍ଥା କରାଯାଇଛି ।
ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯାଉଛି । ଆସନ୍ତା ୮ ତାରିଖ ହୋଲି ଥିବାରୁ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରିବା ପାଇଁ ନିଷ୍ପତି ହୋଇଛି । ଏନେଇ ସକାଳୁ ସକାଳୁ କାଂଉଟରରେ ଦେଖିବାକୁ ମିଳିଛି ହକି ପ୍ରେମୀଙ୍କ ଗହଳି । ଅଫଲାଇନରେ ଟିକେଟ କିଣିବା ପାଇଁ ଦର୍ଶକଙ୍କ ଭିଡ ଲାଗି ରହିଛି । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହକି ପ୍ରୋଲିଗ ପ୍ରତିଯୋଗିତା ପାଇଁ ଗତ ୨୭ ତାରିଖରେ ଅନଲାଇନ ଟିକେଟ ବିକ୍ରୀ କରାଯାଇଥିଲା । ମାତ୍ର କେଇ ମିନିଟ ପରେ ଅନଲାଇନ ବିକ୍ରୀ ପ୍ରକ୍ରିିୟାରେ ଯାବତୀୟ ତ୍ରୁଟି ଯୋଗୁ ବହୁ କହି ପ୍ରେମୀ ଟିକେଟ ପାଇବାରୁ ବଂଚିତ ହୋଇଥିଲେ । ତେବେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବା ନେଇ ଆଜି ହକି ଇଣ୍ଡିଆ ଘୋଷଣା କରିବା ପରେ ହକ୍ରିପ୍ରେମୀ ମହଲରେ ଖୁସିର ଲହରୀ ଖେଳି ଯାଇଛି ।
ତେବେ ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ ସମେତ ବିଶ୍ୱବିଜୟୀ ଜର୍ମାନୀ ଓ ବିଶ୍ୱ ରାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ୬ଟି ମ୍ୟାଚ ଖେଳାଯିବ । ପ୍ରତ୍ୟେକ ପରସ୍ପର ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ମାର୍ଚ୍ଚ ୧୦ ପ୍ରଥମ ମ୍ୟାଚରେ ଜର୍ମାନୀକୁ କଡ୍ଡା ଟକ୍କର ଦେବ ଭାରତ । ସେହିଭଳି ୧୧ ତାରିଖରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଭିତରେ ମ୍ୟାଚ ଖେଳିବାକୁ ଥିବାବେଳେ ୧୨ ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାସମର । ୧୩ ତାରିଖରେ ଭାରତ ଜର୍ମାନୀ, ୧୪ରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଏବଂ ୧୫ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ । ପ୍ରତ୍ୟେକ ମ୍ୟାଚ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ତେବେ ହକି ମ୍ୟାଚକୁ ଆଉ କିଛିଟା ଦିନ ବାକି ଥିବାବେଳେ ହକିପ୍ରେମୀଙ୍କ ଠାରେ ଏବେଠୁ ଉକ୍ରଣ୍ଠା ବଢିବାରେ ଲାଗିଛି ।

You May Also Like

More From Author

+ There are no comments

Add yours