ଭାରତୀୟଙ୍କର ବଢୁଛି ମୁଣ୍ଡପିଛା ଆୟ

ଭାରତୀୟ ଅର୍ଥନୀତିକୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି । ବର୍ତମାନ ଲୋକଙ୍କ ମୁଣ୍ଡପିଛା ଆୟକୁ ନେଇ ଆସିଛି ଏକ ରିପୋର୍ଟ । ଭାରତୀୟଙ୍କ ମୁଣ୍ଡପିଛା ଆୟରେ ବୃଦ୍ଧି ହୋଇଛି । ମୋଦି ସରକାରଙ୍କ ଶାସନରେ ଏହା ସମ୍ଭବ ହୋଇଥିବା ଚର୍ଚ୍ଚା ହେଉଛି । ଲୋକଙ୍କ ମୁଣ୍ଡପିଛା ଆୟ ବଢୁଛି । ୨୦୧୪ ପରେ ଏହା ଦ୍ୱିଗୁଣିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ୟ୍ୟକାଳରେ ଏହି ସଫଳତା ପରିଲକ୍ଷିତ ହୋଇଛି । ଏକ ତଥ୍ୟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୮୬, ୬୪୭ ଟଙ୍କାରୁ ବୃଦ୍ଧି ପାଇ ୧, ୭୨, ୦୦୦ ଟଙ୍କା ହୋଇଛି । ୯ ବର୍ଷ ମଧ୍ୟରେ ସେଥିରେ ୯୯ ପ୍ରତିଶତ ବୃଦ୍ଧି ଘଟିଥିବା ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ ଜାରି କରିଥିବା ରିପୋର୍ଟରେ ଆକଳନ କରାଯାଇଛି ।


୨୦୨୦ କୋଭିଡ ମହାମାରୀ ସମୟରେ ମୁଣ୍ଡପିଛା ଆୟ ହ୍ରାସ ପାଇଥିଲା । ଏହାପରେ ଆସ୍ତେ ଆସ୍ତେ ଏହା ବୃଦ୍ଧି ପାଇଥିଲା । ୨୦୨୧-୨୨ ଓ ୨୦୨୨-୨୩ରେ ସେଥିରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଅବଶ୍ୟ ଅର୍ଥନୈତିକଙ୍କ କହିିବା ଅନୁଯାୟୀ, ମୁଦ୍ରାସ୍ପୀତି ହାରକୁ ବିଚାରକୁ ନେଲେ ଜିଡିପିରେ ହୋଇଥିବା ବୃଦ୍ଧି ଏତେ ଅଧିକ ନୁହେଁ । ଯାହା କିଛି ବୃଦ୍ଧି ଘଟିଛି ତାହାର ଲାଭ ଶୀର୍ଷ ସୋପାନରେ ଥିବା ୧୦ ପ୍ରତିଶତ ଲୋକଙ୍କ ପାଖରେ ହିଁ ରହିଛି ।
ସେହିପରି ଅର୍ଥନୈତିକ ଗବେଷଣା ସଂସ୍ଥା ଏନଆଇପିଏଫପିର ପୂର୍ବତନ ନିର୍ଦ୍ଦେଶକ ପିନାକି ମିଶ୍ରଙ୍କ କହିବା ଅନୁଯାୟୀ, ବିଶ୍: ବିକାଶ ସୂଚୀ ଅନୁସାରେ ୨୦୧୪-୧୯ରେ ଭାରତ ମୁଣ୍ଡପିଛା ଆୟରେ ବାର୍ଷିକ ବୃଦ୍ଧି ହାର ୫ରୁ ୬ ପ୍ରତିଶତ ଥିଲା ।


ତେବେ କରୋନା ମହାମାରୀ ପାଇଁ ସବୁ କିଛି ଠପ୍ ହୋଇଯାଇଥିଲା । ଲୋକଙ୍କ ଜୀବନ ଶୈଳୀଠୁ ଆରମ୍ଭ କରି ସାମାଜିକ ତଥା ପାରିବାରିକ ଜୀବନରେ ମଧ୍ୟ ପ୍ରଭାବ ପଡିଥିଲା । ସେହିଭଳି ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ଦେଖିବାକୁ ପଡିଥିଲା ଭାଳେଣି । ଫଳରେ ମୁଣ୍ଡପିଛାରେ ଦେଖାଦେଇଥିଲା ବ୍ୟାପକ ଶିଥିଳତା । ଏବଂ ବର୍ତମାନ ଲୋକଙ୍କ ମୁଣ୍ଡପିଛା ଆୟରେ ବୃଦ୍ଧି ହେବା ପରେ ଜନସାଧାରଣଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତନ ହେବ ବୋଲି ଆଶା କରାଯାଉଛି ।

You May Also Like

More From Author

+ There are no comments

Add yours