Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ: ରାଜଧାନୀ ଦିଲ୍ଲୀର ମହରୋଲି ଅଞ୍ଚଳରେ ଆଜି ଭାରତୀୟ ଜନତା ପାର୍ଟି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ହୋଲିକା ଦହନପର୍ବ ଅବସରରେ’ ଭ୍ରଷ୍ଟାଚାର କା ଦହନ’ ଏଭଳି ଏକା ନାରା ଦେଇ ଆମ ଆଦମୀ ପାର୍ଟି କରିଥିବା ଭ୍ରଷ୍ଟାଚାର ଏବଂ ସେମାନନଙ୍କ ନେତା କରିଥିବା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ତୀବ୍ର ବିରୋଧ କରିଛନ୍ତି। ଏହା ସହ ଦୁର୍ନୀତିରେ ଲିପ୍ତ ଥିବା ଆମ ଆଦମୀ ପାର୍ଟିର ନେତାମାନଙ୍କ ଫୋଟକୁ ଜାଳି ଦେଇଛନ୍ତି।ସେହିପରି ଦକ୍ଷିଣ ଦିଲ୍ଲୀ ସାଂସଦ ରମେଶ ବିଧୁଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିୱାଲଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।ଦିଲ୍ଲୀ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ହେବା ପରେ ଆମ ଆଦମୀ ପାର୍ଟିର ଭ୍ରଷ୍ଟାଚାରକୁ ନେଇ ବିଜେପି ଲଗାତାର ଭାବରେ ବିରୋଧ କରି ଚାଲିଛି।ମହରୋଲି ଅଞ୍ଚଳରେ ହୋଲି ର ଏହି ମହାନ ପର୍ବକୁ ବିଜେପି ରାଜନୈତିକ ରଙ୍ଗ ଦେବାକୁ ଯାଇ ଆମ ଆଦମୀ ପାର୍ଟିର ବିରୋଧର କରି ଏହି ହୋଲିକା ଦହନ ପର୍ବର ନାଁ ଭ୍ରଷ୍ଟାଚାର ହୋଲିକା ରଖିଛି।ଏହି ହୋଲିକା ଦହନ କାର୍ଯ୍ୟକ୍ରମରେ ଆଜି ବିଜେପି ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ,ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଜିତେନ୍ଦ୍ର ଜେନଙ୍କ କୁଶପୁତୁୁଳିକା ତିଆରି କରି ଏହାକୁ ନିଆଁ ଲଗାଇ ଜାଳି ଦେଇଛନ୍ତି।ଏହା ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ରମେଶ ବିଧୁଡି।

By

Leave a Reply

Your email address will not be published. Required fields are marked *