Thu. Oct 15th, 2026

 ରୁଷିଆରେ କୋଭିଡ-୧୯ ଟିକା ‘ସ୍ପୁଟନିକ ଭି’ ବିକଶିତ ପ୍ରକ୍ରିୟାରେ କାର୍ଯ୍ୟ କରିଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ଆଣ୍ଡ୍ରେ ବୋଟିକୋଭଙ୍କୁ ତାଙ୍କ ବାସଭବନରେ ଏକ ବେଲ୍ଟକୁ ବେକରେ ବାନ୍ଧି ହତ୍ୟା କରାଯାଇଛି। ହତ୍ୟା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଶନିବାର ରୁଷିଆର ଗଣମାଧ୍ୟମ ଏହି ସୂଚନା ପ୍ରଦାନ କରିଛି।

ଏଜେନ୍ସି ତାସ ରୁଷ ଫେଡେରେଶନ କହିଛି ଯେ ଗାମାଲିଆ ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର ଫର ଇକୋଲୋଜି ଏବଂ ମ୍ୟାଥମେଟିକ୍ସରେ ବରିଷ୍ଠ ଗବେଷକ ଭାବରେ କାର୍ଯ୍ୟ କରୁଥିବା ୪୭ ବର୍ଷିୟ ବୋଟିକୋଭଙ୍କ ମୃତଦେହ ତାଙ୍କ ବାସଭବନରେ ମିଳିଛି।
କୋଭିଡ ଟିକା ଉପରେ କାର୍ଯ୍ୟ କରିଥିବାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାଇରୋଲୋଜିଷ୍ଟଙ୍କୁ ଅର୍ଡର ଅଫ ମେରିଟ ଫର ଦ ଫାଦରଲାଣ୍ଡ ପୁରସ୍କାରରେ ସମ୍ମାନିତ କରିଥିଲେ। ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ‘ସ୍ପୁଟନିକ ଭି’ ଟିକା ବିକଶିତ କରିଥିବା ୧୮ ଜଣ ବୈଜ୍ଞାନିକଙ୍କ ମଧ୍ୟରୁ ବୋଟିକୋଭ ଅନ୍ୟତମ।

ଅନୁସନ୍ଧାନକାରୀ କର୍ତ୍ତୃପକ୍ଷ ଏକ ବିବୃତ୍ତିରେ କହିଛନ୍ତି ଯେ ବୈଜ୍ଞାନିକଙ୍କ ମୃତ୍ୟୁକୁ ହତ୍ୟା ଭଳି ଅନୁସନ୍ଧାନ କରାଯାଉଛି।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ୨୯ ବର୍ଷ ବୟସ୍କ ବ୍ୟକ୍ତି ଯୁକ୍ତିତର୍କ ସମୟରେ ବୋଟିକୋଭଙ୍କୁ ବେଲ୍ଟରେ ବାନ୍ଧି ପଳାଇ ଯାଇଥିଲେ। ଆଇନ ଶୃଙ୍ଖଳାକାରୀ ସଂସ୍ଥା ସେମାନଙ୍କ ରିପୋର୍ଟରେ କହିଛନ୍ତି ଯେ ହତ୍ୟା ଏକ ଘରୋଇ ଅପରାଧ ଏବଂ ଏହା ଏକ ସଂଘର୍ଷର ଫଳାଫଳ ବୋଲି ଅନୁମାନ କରାଯାଉଛି। ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ସି ଅନୁଯାୟୀ ବୋଟନିକୋଭଙ୍କ ମୃତଦେହ ମିଳିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

ଅଳ୍ପ ସମୟ ମଧ୍ୟରେ ସମ୍ପୃକ୍ତ ଯୁବକଙ୍କ ବାସସ୍ଥାନ ସମ୍ପର୍କରେ ଜଣା ପଡିଥିଲା। ଅଭିଯୁକ୍ତ ଯୁବକଙ୍କର ପୂର୍ବ ଅପରାଧିକ ରେକର୍ଡ ରହିଛି, ସେ ଏକ ଗୁରୁତର ଅପରାଧ ପାଇଁ କୋର୍ଟର ସମ୍ମୁଖୀନ ହୋଇସାରିଛନ୍ତି। ଅନୁସନ୍ଧାନକାରୀ ଦଳ ଏନେଇ କୋର୍ଟରେ ଏକ ଆବେଦନ କରିବାକୁ ଯୋଜନା କରିଛନ୍ତି।

Leave a Reply

Your email address will not be published. Required fields are marked *