Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ହେବା ଘଟଣାରେ ଆଜି ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତା ମାନେ ପୋଷ୍ଟର ଭାଇରାଲ କରିଛନ୍ତି।ବିଜେପି ତରଫରୁ ଦିଲ୍ଲୀ ସ୍ଥିତ ସାଉଥ ଏକ୍ସ,ଅଂଶଲ ପ୍ଲାଜା,ଲାଜପତ ନଗର ଅଞ୍ଚଳର ପାଚେରୀରେ ମନୀଷ ସିସୋଦିଆ ଚିତ୍ର ଥିବା ପୋଷ୍ଟର ଲଗାଯାଇଛି।ସିସୋଦିଆଙ୍କ ଗୋଟିଏ ପ୍ରକାର ଫୋଟ ପୋଷ୍ଟର ଭାଜପା ପକ୍ଷରୁ ଲଗାଯାଇଛି।ସେହିପରି ଦିଲ୍ଲୀ ସଂଘର୍ଷ ସମିତି କେତେକ ପୋଷ୍ଟର ଲଗାଯାଇଛି ଯେଉଁଥିଲେ ମନୀଷ ସିସୋଦିଆଙ୍କ ମଦ ଦୁର୍ନୀତି ମୁଁ ଗିରଫ ହୋଇଥିବା ସେହି ବେଇମାନ ବୋଲି ଲେଖାଯାଇଥିବା ଦେଖାଯାଇଛି।ଅନ୍ୟପଟେ ଅନ୍ୟ ଏକ ପୋଷ୍ଟରରେ ଅରବିନ୍ଦ କେଜିରୱାଲଙ୍କ ଇସ୍ତଫା ଦାବି କରାଯାଇଛି।ସେହିପରି ଦୁଇଟିଯାଙ୍କ ପୋଷ୍ଟରରେ ମନୀଷ ସିସୋଦିଆ ଗୋଟିଏ ପ୍ରକାର ଫୋଟ ଲଗାଯାଇଛି ।ଏଥିରୁ ଜଣାଯାଇଜି ଯେ ଏହି ପୋଷ୍ଟର କୌଣସି ଜଣେ ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା କରାଯାଇଛି। ସତକଥା କହିବାକୁ ଗଲେ ମନୀଷ ସିସୋଦିଆ ଗିରଫ ହେବା ପରେ ରାଜଧାନୀ ଦିଲ୍ଲୀରେ ରାଜନୈତିକ ବୟାନବାଜି ଏହିଭଳି ବିରୋଧ ଏବଂ ପ୍ରତ୍ୟାଆରୋପ ଚାଲିଛି।ସେହିପରି ଆଜି ମନୀଷ ସିସୋଦିଆଙ୍କୁ ସିବିଆଇ ରିମାଣ୍ଡ ଥିବାବେଳେ ଦିଲ୍ଲୀର ଏକ ଅଦାଲତରେ ଏହି ମାମଲା ଉପରେ ଶୁଣାଣି ଚାଲିଛି।ସୂଚନା ଅନୁସାରେ ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ ନାମରେ ଅପରାଧିକ ଷଡ଼ଯନ୍ତ୍ର ସାମିଲ ଏବଂ ଭ୍ରଷ୍ଟାଚାର ନିବାରଣ ଅଧିନିୟମର ଧାରା ୭ ଆଧାରରେ ଗିରଫ କରାଯାଇଛି।ସିସୋସିଦିଆ ନିଜର ଗିରଫ ହେବା ଘଟଣାରେ ସୁପ୍ରିମକୋର୍ଟରେ ଯାଚିକା ଆବେଦନ କରିଥିଲେ।ହେଲେ ଏହା ପରେ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କୁ ତଳ କୋର୍ଟ ଯାଚିକା ଆବେଦନ କରିବା ସହ ତାଙ୍କର ଆବେଦନ ଖାରଜ କରିଥିଲେ।ଆଜି ମନୀଷ ସିସୋଦିଆଙ୍କୁ ରାଉସ ଏବିନ୍ୟୁ କୋର୍ଟ ରେ ହାଜର କରାଯାଇଛି।ଯେଉଁଥିରେ ତାଙ୍କର ଜମାନତ ଯାଚିକା ଆବେଦନ ଉପରେ ଶୁଣାଣି କରାଯିବ।

By

Leave a Reply

Your email address will not be published. Required fields are marked *