ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ:ରାଜଧାନୀ ଦିଲ୍ଲୀ ସ୍ଥିତ ଛତରପୁର ଠାରେ ଦୁଇ ବିଦେଶୀ ଡ୍ରଗ୍ସ ବେପାରୀଙ୍କୁ ସେଣ୍ଟ୍ରାଲ ବ୍ୟୁରୋ ଅଫ ନାରକୋ(ସିବିଏନ) ଦ୍ୱାରା ଗିରଫ କରାଯାଇଛି।ଏମାନଙ୍କୁ ଗିରଫ କରିବା ପରେ ସେଣ୍ଟାଲ ବ୍ୟୁରୋ ଅଫ ନାରକୋଟିକ୍ସକୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଛି,ଯାହାର ମୂଲ୍ୟ ଦୁଇ କୋଟି ହେବ ବୋଲି କୁହାଯାଇଛି।ଏହି ଦୁଇ ଡ୍ରଗ୍ସ ବେପାରୀ ଦିଲ୍ଲୀର ଛତରପୁର ଠାରେ ଅନେକ ଦିନ ଧରି ରହିବା ସହ ଏହି ଧଳା ଜହର ବେପାର ଚଳାଇଥିଲେ।ସୂଚନା ଅନୁସାରେ ଦୁଇ ଡ୍ରଗ୍ସ ବେପାରୀଙ୍କ ଠାରୁ ଡ୍ରଗ୍ସ ସମେତ କୋକିନ, ହେରାଇନ ଭଳି ମହଙ୍ଗା ଦ୍ରବ୍ୟ ଏବଂ ଗୁଳି ଜବତ ହୋଇଛି।ନାରକୋ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ସବୁ ପ୍ରକାର ଡ୍ରଗ୍ସ ଉଚ୍ଚ ସ୍ତରୀୟ ଲୋକଙ୍କ କାର୍ଯ୍ୟକ୍ରମ ଯଥା ପାର୍ଟି ଏବଂ ଅନ୍ୟାନ ବଡବଡ ହୋଟେଲ ପାର୍ଟିରେ ବ୍ୟବହାର କରାଯାଇଥାଏ।ଦେଖିବାକୁ ଗଲେ ଆଗକୁ ଆସୁଛି ହୋଲି ତେଣୁ ଏହି ଡ୍ରଗ୍ସ ବେପାରୀମାନେ ଏହାର ମଉକା ନେଇ ଡ୍ରଗ୍ସକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ଥାନ୍ତେ।ଏହା କହିଛନ୍ତି ସିବିଏନ ଅଧିକାରୀ ଏସ.ପି.ସିଂହ ।
