ବିଶ୍ୱଯୁଦ୍ଧର ସମ୍ଭାବନା ମଧ୍ୟରେ ଭାରତ ପାଇଁ ଜି-୨୦ରେ ଅନେକ ଚ୍ୟାଲେଞ୍ଜ।

ଶବ୍ଦ ଓଡ଼ିଶା ବ୍ୟୁରୋ: ଜି-୨୦ ଅଧ୍ୟକ୍ଷତା ସହ ଭାରତ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଆସିସାରିଛି । ସେ ରାଜନୈତିକ ହେଉ ବା ଆର୍ଥିକ କିମ୍ବା ପରିବେଶ ସମସ୍ୟା । ଏସବୁ ସମସ୍ୟାକୁ ନେଇ ଅନେକ ସହମତି ଅସହମତି ଭିତରେ ତାଳମେଳ ରକ୍ଷା କରିବା ଭାରତ ପାଇଁ ବଡ ଚ୍ୟାଲେଞ୍ଜ ରହିଛି । ପୂର୍ବରୁ ଥିବା ଏହି ସମସ୍ୟା ପାଇଁ ବିଶ୍ୱର ଅସ୍ତିତ୍ୱ ସଙ୍କଟରେ ରହିଛି ।
୨୦୨୦ ମସିହାରେ କୋଭିଡ୍-୧୯ ମହାମାରୀର ପ୍ରକୋପ ପରେ ଅନେକ ଅସହମତି ସୃଷ୍ଟି ହେବାରେ ଲାଗିଛି । ଯେବେ ବିଶ୍ୱର ଅନେକ ଦେଶ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ନିଜ ନିଜ ଦ୍ୱାର ବନ୍ଦ କରିଦେଇଥିଲେ ସେହି ସମୟରେ ୟୁକ୍ରେନର ଯୁଦ୍ଧ ପଶ୍ଚିମ ଏବଂ ଅଣ-ପଶ୍ଚିମ ଦେଶ ଦେଶ ମଧ୍ୟରେ ବିଭାଜନ ଅସହମତିକୁ ପ୍ରଶସ୍ତ କରିଥିଲ।।

୧ – ବିଭାଜିତ ହୋଇଥିବା ଦେଶକୁ ଗୋଟିଏ ମଞ୍ଚକୁ ଆଣିବା
ଜି-୨୦ର ଅଧ୍ୟକ୍ଷତା ଭାରତ ପାଖକୁ ଏହିଭଳି ସମୟରେ ଆସିଛି ଯେତେବେଳେ ପୂରା ବିଶ୍ୱ ବିଭିନ୍ନ ପ୍ରସଙ୍ଗରେ ଭାଗ ଭାଗ ହୋଇଛି । ଗୋଟିଏ ପଟେ ଭାରତର ରଣନୈତିକ ସହଯୋଗୀ ଆମେରିକା ଏବଂ ଅନ୍ୟ ପଶ୍ଚିମ ଦେଶ ରହିଛନ୍ତି । ଏ ସମସ୍ତ ଦେଶ ପୁଟିନଙ୍କ ଅନୈତିକ ଏବଂ ଅନୁଚିତ ଯୁଦ୍ଧ ବିରୋଧରେ ଲଢେଇ ଜାରିରଖିଥିବା ୟୁକ୍ରେନ ସେନାକୁ ସକ୍ଷମ କରିବା ପାଇଁ ହତିଆର ଏବଂ ଗୋଳାବାରୁଦ ଦେଉଛନ୍ତି । ଅନ୍ୟପଟେ ଭାରତର ଭରସାଯୋଗ୍ୟ ସହଯୋଗୀ ଏବଂ ପ୍ରତିରକ୍ଷା ସହଯୋଗୀ ଋଷ ରହିଛି । ଯିଏ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କୁ ନାଟୋର ସାମିଲ ହୋଇ ଋଷର ସୁରକ୍ଷାକୁ ଚ୍ୟାଲେଞ୍ଜ ଦେବାର କଥିତ ଚାଲ ବିରୋଧରେ ଯୁଦ୍ଧକୁ ସ୍ୱତନ୍ତ୍ର ସୈନ୍ୟ ଅଭିଯାନର ରୂପ ଦେଉଛି ।

୨- ଚୀନର ଚାଲାକି ସହ ଲଢେଇ କରିବା
ଚୀନ ହେଉଛି ସେହି ଦେଶ ଯିଏ ବିଶ୍ୱ ଉପରେ ନିଜର ହାତକୁ ଆହୁରି ମଜବୁତ କରିବା ପାଇଁ ତଥା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ନିଜର ସୈନ୍ୟ ଶକ୍ତିକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରିରଖିଛି । ଭାରତ ଯେଉଁ ଶାନ୍ତିଦୂତର ଭୂମିକା ନିଭାଇବା ପାଇଁ ଉଦ୍ୟମ କରୁଛି ସେଥିପାଇଁ ସମସ୍ତ ଦେଶକୁ ଗୋଟିଏ ମଞ୍ଚକୁ ଆଣିବାକୁ ପଡିବ । ତେବେ ଏହା ଏତେ ସହଜ ନୁହେଁ ।

୩- ଜଳବାୟୁ ପରିବର୍ତ୍ତନ, ଖାଦ୍ୟର ସଙ୍କଟ ପ୍ରସଙ୍ଗ
ବିଶ୍ୱର ସବୁଠାରୁ ବଡ ୨୦ ଅର୍ଥବ୍ୟବସ୍ଥାର ଅଧ୍ୟକ୍ଷ ଭାବେ ଭାରତ ନା କେବଳ ଆମେରିକା ଏବଂ ଋଷର ନେତ୍ୃତ୍ୱାଧୀନ ଗୋଷ୍ଠୀରେ ବଢୁଥିବା ଶତ୍ରୁତାକୁ ଶେଷ କରିବାର ମାମଲାକୁ ନେଇ ଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବ । କେବଳ ଏତିକି ନୁହେଁ ଜଳବାୟୁ ପରିବର୍ତ୍ତନ. ଖାଦ୍ୟ ସଙ୍କଟ ଏବଂ ଶକ୍ତି ସଙ୍କଟ ଭଳି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

You May Also Like

More From Author

+ There are no comments

Add yours