ଭାରତୀୟ ସାମରିକ ଶକ୍ତିକୁ ବଢାଇଛି ଜେଟପ୍ୟାକ

ଶବ୍ଦ ଓଡ଼ିଶା ବ୍ୟୁରୋ: ଶକ୍ତିଶାଳୀ ହେଲା ଭାରତୀୟ ସେନା । ଭାରତୀୟ ସାମରିକ ଶକ୍ତିକୁ ବଢାଇଛି ଜେଟପ୍ୟାକ। ବିମାନ ବିନା ଯବାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ ଏହି ଜେଟପ୍ୟାକ । ଆପଣଙ୍କୁ ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହାକୁ ସତ କରି ଦେଖାଇଛି ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ । ଯାହା ଭାରତୀୟ ସେନା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି ।
ଜେଟପ୍ୟାକ। ଏହାକୁ ପିନ୍ଧି ଟ୍ରାଏଲ କରିଛନ୍ତି ଭାରତୀୟ ଯବାନ । ବୈଷୟିକ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଜ୍ୟାକେଟ ପିନ୍ଧି ଆକାଶରେ ଉଡିବୁଲିଛନ୍ତି ଭାରତୀୟ ଯବାନ । ନିକଟରେ ଆଗ୍ରାରେ ଏହାର ଟ୍ରାଏଲ ରନ କରାଯାଇଛି । ଆଗ୍ରାର ଏରୋବର୍ଣ୍ଣ ଟ୍ରେନିଂ ସ୍କୁଲରେ ଏହି ଜ୍ୟାକେଟ ପିିନ୍ଧି କଳାକୌଶଳ ପ୍ରଦର୍ଶନ କରିଛନ୍ତି ଯବାନ । ଏଥିସହ ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଇଣ୍ଡିଆନ ଏରୋସ୍ପେଶ ଡିଫେନ୍ସ ନ୍ୟୁଜ ପକ୍ଷରୁ ଏହାକୁ ନେଇ କିଛି ଭିଡିଓ ପୋଷ୍ଟ କରାଯାଇଛି । ଆସନ୍ତୁ ଜାଣିବା ଏହି ଜେଟପ୍ୟାକ କଣ ଓ ଏହା କିଭଳି ଭାରତୀୟ ଯବାନଙ୍କ ପାଇଁ ସଂଜୀବନୀ ସାଜିବ:

  • ଭାରତୀୟ ସେନାର ନୂଆ ଉପକରଣ ଜେଟପ୍ୟାକ
  • ଯବାନ ଏହି ଜ୍ୟାକେଟ ପିନ୍ଧି ଆକାଶରେ ଉଡ଼ିପାରିବେ
  • ଜେଟପ୍ୟାକ ପିନ୍ଧି ୧୦ରୁ ୧୫ ମିଟର ଉଚ୍ଚ ଆକାଶରେ ଉଡ଼ିବା ସମ୍ଭବ
  • ସୀମିତ ଦୂରତା ମଧ୍ୟରେ ଉଡିପାରିବେ ଯବାନ
  • ପାହାଡ଼, ଜଙ୍ଗଲ ଓ ସୀମାରେ ସର୍ଭିଲାନ୍ସ କରିହେବ
  • ଅପହଞ୍ଚ ଅଞ୍ଚଳରେ ପହଞ୍ଚିବା ହେବ ସମ୍ଭବ
  • ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଏହାର ବ୍ୟବହାର କରାଯିବ

କିଭଳି ପରିଚାଳିତ ହୁଏ ‘ଜେଟପ୍ୟାକ’

  • ଗ୍ୟାସ ସରଭାଇଭାଲ ଇଞ୍ଜିନରେ ଏହା ପରିଚାଳିତ ହୁଏ
  • ଦୁଇ ହାତରେ ଦୁଇଟି ‘ପଟ୍’ ଧରି ଏହାକୁ କଂଟ୍ରୋଲ କରାଯାଏ
  • ଜ୍ୟାକେଟ ପଛରେ ଲାଗିଥିବା ବଡ ‘ପଟ୍’ ଦ୍ୱାରା ଉଡ଼ାଣ ଭରାଯିବ
  • ଜେଟପ୍ୟାକ ଜ୍ୟାକେଟ୍ର ଓଜନ ୪୦କେଜି
  • ଜ୍ୟାକେଟ୍ ପିନ୍ଧି ସହଜରେ ଉଡିହେବ ଏବଂ ଓହ୍ଲାଇହେବ
  • ୫୦ କିଲୋମିଟର ଦୂରତାକୁ ୮ମିନିଟରେ ପୂରା କରିବ ଜେଟପ୍ୟାକ
  • ଅପହଞ୍ଚ ସ୍ଥାନରେ ସେନା ସହଜରେ ପହଞ୍ଚିବ
  • ହାଲୁକା ପ୍ରତିରକ୍ଷା ସାମଗ୍ରୀ ପଠାଇବା ସହଜ ହେବ
  • ଲଦାଖର ପାହାଡ଼ିଆ ଅଞ୍ଚଳରେ ଶତ୍ରୁକୁ ହରାଇବା ସହଜ ହେବ
  • ବ୍ରିଟେନ୍ ପ୍ରତିରକ୍ଷା କମ୍ପାନୀଠାରୁ ଜେଟପ୍ୟାକ କିଣିଛି ଭାରତ
  • ପ୍ରଥମ ପର୍ଯ୍ୟାୟରେ ୪୮ଟି ଜେଟପ୍ୟାକ କିଣାଯାଇଛି

You May Also Like

More From Author

+ There are no comments

Add yours