ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜରିଆରେ ଭିଡିଓ ବକନ୍ଫରେନ୍ସି ମାଧ୍ୟମରେ ଉଦଘାଟନ ହେବ ଉତ୍କଳ ଗୌରବ ଇଣ୍ଟରନ୍ୟାସନଲ ସ୍କୁଲ।ଏହି ସ୍କୁଲଟି କେନ୍ଦୁଝର ଜିଲ୍ଲା ଅନ୍ତଗର୍ତ ଆନନ୍ଦପୁର ଉପଖଣ୍ଡ ହାତଡିହି ବ୍ଲକ ବେରୁଣିପଦି ଗାଁରେ କରାଯାଇଛି।ଡାକ୍ତର ପ୍ରଦୀପ ସେଠୀଙ୍କ ତତ୍ତ୍ବାବଧାନରେ ଆରମ୍ଭ କରାଯାଇଥିବା ଏହି ବିଦ୍ୟାଳୟରେ ଗ୍ରାମାଞ୍ଚଳର ୨୫ ଶହ ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ପାଠ ପଢ଼ାଇବାକୁ ଯୋଜନା କରାଯାଇଛି ।ପ୍ରଦୀପ ସେଠୀଙ୍କ ନିଜ ଗାଁ ବେରୁଣିପଦିରେ ଗରୀବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ଅଗ୍ରସର କରାଇବାକୁ ଏହି ପରିକଳ୍ପନା କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ପିନାକୀ ମିଶ୍ର, ସାଂସଦ ଚନ୍ଦ୍ରାଣି ମୁର୍ମୁ, କଣ୍ଠଶିଳ୍ପୀ ଅନୁରାଧା ପୌଡଓ୍ବାଲ, ଯୁବିନ ନୌଟାଲଙ୍କ ସମେତ ଅନେକ ବଡ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।