Thu. Oct 15th, 2026

ଶବ୍ଦମିଡିଆ:ଦିଲ୍ଲୀ ରାଜରାସ୍ତା ଉପରେ ଆଜି ପୁଣି ଏକ ହଙ୍ଗମା ଦେଖିବାକୁ ମିଳିଛି।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କ ଇସ୍ତଫା ଦାବି ନେଇ ବିଜେପି କାର୍ଯ୍ୟକର୍ତ୍ତା ମାନେ ରାଜ ରାସ୍ତାରେ ହଙ୍ଗମା କରିଛନ୍ତି।ଦିଲ୍ଲୀସ୍ଥିତ ଚିରାଗ ଫ୍ଲାଇଓଭର ବ୍ରିଜ ତଳେ ସକାଳ ସମୟରେ ରାସ୍ତା ଉପରେ ଭାରତୀୟ ଜନତା ପାର୍ଟିର କାର୍ଯକର୍ତ୍ତା ମାନେ ହାତରେ ବ୍ୟାନର ଏବଂ ଲିଖିତ ପ୍ଲା କାର୍ଡ ଧରି ଆମଆଦମୀ ପାର୍ଟିକୁ ତୀବ୍ର ବିରୋଧ ଏବଂ ନିନ୍ଦା କରିଛନ୍ତି।ଏହି ଆନ୍ଦୋଳନରେ ପୂର୍ବ ଦିଲ୍ଲୀର ପ୍ରଦେଶ ଅଧକ୍ଷ ସତୀଶ ଉପାଧ୍ୟାୟ ଏବଂ ତାଙ୍କ ସହିତ ନୂଆ ଦିଲ୍ଲୀ ଜିଲ୍ଲା ଅଧକ୍ଷ ପ୍ରଶାନ୍ତ ଶର୍ମା ସାମିଲ ରହିଥିଲେ।ଆଜି ସକାଳ ସମୟରେ ଏହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।ଦିଲ୍ଲୀ ସ୍ଥିତ ଚିରାଗ ଫ୍ଲାଇଓଭର ଯେଉଁଠି ସକାଳ ସମୟରୁ ଭାରତୀୟ ଜନତା ପାର୍ଟି ସମୂହ କାର୍ଯ୍ୟକର୍ତ୍ତା ଆମ ଆଦମୀ ପାର୍ଟିକୁ ବିରୋଧ କରିବା ନଜର ଆସିଥିଲା।ଆମେ କହିବାକୁ ଚାହୁଁଛୁ ଯେ ନିକଟରେ ଦୁର୍ନୀତିରେ ଲିପ୍ତ ଥିବା ଆପର ଦୁଇ ମନ୍ତ୍ରୀ ନିଜର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।ସେହିଭଳି ଭାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଭାରତୀୟ ଜନତା ପାର୍ଟି ଆନ୍ଦୋଳନ କରି ଦାବି କରିଛି।ଏକଥା କହିଛନ୍ତି ପୂର୍ବ ଦିଲ୍ଲୀ ପ୍ରଦେଶ ଅଧକ୍ଷ ସତୀଶ ଉପାଧ୍ୟାୟ ଏବଂ ନୂଆ ଦିଲ୍ଲୀ ଜିଲ୍ଲା ଅଧକ୍ଷ ପ୍ରଶାନ୍ତ ଶର୍ମା।ସେହପରି ଭାବରେ କହିବାକୁ ଗଲେ ଏବେ ଦେଖିବାକୁ ବାକି ରହିଲା ଭାରତୀୟ ଜନତା ପାର୍ଟିର ଏହି ଆନ୍ଦୋଳନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ କେତେ ଭାରି ପଡୁଛି। ଦିଲ୍ଲୀରୁ ଶବ୍ଦମିଡିଆ ରିପୋର୍ଟର — ରାକେସ ସୋନି

By

Leave a Reply

Your email address will not be published. Required fields are marked *