ତ୍ରିପୁରାରେ ବିଜେପି ସରକାର,ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହା

ତ୍ରିପୁରାରେ ପୁଣି ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ୟ୍ୟନ୍ତ ଆଗୁଆ ଅଛି। ସେହିପରି ବାମ ଏବଂ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ଆଗୁଆ ଥିବାବେଳେ ଟିଏମ୍‌ପି ୧୨ଟି ଆସନରେ ଆଗୁଆ ଅଛି। ମୁଖ୍ୟମନ୍ତ୍ରୀ ମାଣିକ ଶାହା ନିଜ ଆସନରୁ ବିଜୟ ହାସଲ କରିଛନ୍ତି। ବିଜୟ ପ୍ରମାଣପତ୍ର ପାଇବା ପରେ ତ୍ରିପୁରା ଶାହା କହିଛନ୍ତି, ଜିତିବା ପରେ ଏହି ସାର୍ଟିଫିକେଟ ପାଇବା ଅତ୍ୟନ୍ତ ଅନୁଭବ ଅଟେ। ମୁଁ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଭାଜପା ରାଷ୍ଟ୍ରୀୟ ସଭାପତି ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଉଛି।
ସେହିପରି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି) ନେତା ନେଇଫିଉ ରିଓ ଜିତିଛନ୍ତି। ସେ ନାଗାଲାଣ୍ଡ ବିଧାନସଭା ନିର୍ବାାଚନରେ ନର୍ଦ୍ଦନ ଅଜ୍ଞାମି-୨ ଆସନରୁ ବିଜୟ ହାସଲ କରିଛନ୍ତି।

You May Also Like

More From Author

+ There are no comments

Add yours