Thu. Oct 15th, 2026

ଶବ୍ଦଓଡ଼ିଶା ବ୍ୟୁରୋ:ଗତ କାଲି ସର୍ବଭାରତୀୟ ସ୍ତରରେ ଗ୍ୟାସ ଦର ବୃଦ୍ଧି ହେବ ନେଉ ଖବର ଆସିଥିଲା।ଗୋଟିଏ ପଟେ ଗ୍ୟାସ ଦର ପ୍ରତି ମାସରେ ଲଗାତାର ବଢି ଚାଲିଥିବା ବେଳେ କାଲି ଘରୋଇ ଏବଂ ବ୍ୟବସାୟିକ ଏଲପିଜି ସିଲିଣ୍ଡର ବଢିବା ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ସଦୃଶ ହୋଇଛି।ଏହାକୁ ନେଇ ଆଜି ରାଜ୍ୟରେ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ସରକାର ଗ୍ୟାସ୍ ସିଲିଣ୍ଡର ଦର ୫୦ ଟଙ୍କା ବଢ଼େଇଛନ୍ତି । କେନ୍ଦ୍ର ସରକାର ଯାହା ଚାହୁଁଛନ୍ତି ଆମେ ସମର୍ଥନ ଦେଇ ଆସିଛୁ ।

କିନ୍ତୁ ଓଡ଼ିଶାର ସ୍ୱାର୍ଥ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଯେବେ ଆସିବ ବିଜେଡି ଚୁପ ବସିବନି । କିନ୍ତୁ ବିଜେପି ଚୁପ୍ କାହିଁକି ।

୨୦୧୪ରେ ଯେବେ ବିଜେପି ସରକାର ଆସିଲା ସେବେ ଯୋଜନା ଗୁଡିକ ମଧ୍ୟରୁ ଯେଉଁ ଯୋଜନା ସାଧାରଣ ଲୋକଙ୍କ ମନକୁ ଛୁଇଁ ଥିଲା ତାହା ହେଉଛି ଉଜ୍ଜ୍ୱଳା ଯୋଜନା । ସେବେ ଅନେକ ଉତ୍ସାହିତ କଲା ଭଳି କଥା କହିଥିଲେ ପ୍ରଧାନମନ୍ତ୍ରୀ । ଯାହା ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ମନକୁ ଛୁଇଁଥିଲା । ଆଜି ଯେବେ ଗ୍ୟାସ ଦର ବଢୁଛି ପ୍ରଧାନମନ୍ତ୍ରୀଙ୍କ ସେ ପ୍ରତିଶ୍ରୁତି ମନକୁ ଆସୁଛି । ତଥ୍ୟ କହୁଛି. ପୂର୍ବରୁ ୨୧ ଲକ୍ଷ ପରିବାର ଗ୍ୟାସ ଉପଭୋକ୍ତା ଥିଲେ । ମୋଦି ସରକାରଙ୍କ କାର୍ଯ୍ୟକ୍ରମ ଫଳରେ ୪ ଗୁଣ ବଢି ୮୮ ଲକ୍ଷରେ ପହଞ୍ଚିଛି । ୨୦ ପ୍ରତିଶତ ଘରେ ଗ୍ୟାସ ଚୁଲା ଜଳୁଥିବା ବେଳେ ଏବେ ୮୦ ପ୍ରତିଶତ ଘରେ ଗ୍ୟାସ ବ୍ୟବହାର ହେଉଛି। କିନ୍ତୁ ୨୦୧୪ରେ ଗ୍ୟାସ ସିଲିଣ୍ଡର ଦାମ ୪୫୦ ଆଉ ଏବେ ୧୧୪୫ ଟଙ୍କାରେ ପହଞ୍ଚିଛି ।

ଏହା ବାଦ ମୋଦୀ ସରକାରଙ୍କ ଆଉ ଏକ ନିଷ୍ପତ୍ତିକୁ ନେଇ ଆମ ଦଳ ସତ୍ୟାଗ୍ରହ କରିଛି । କୋଭିଡ ସମୟରେ ମିଳୁଥିବା ଅତିରିକ୍ତ ଚାଉଳକୁ ବନ୍ଦ କରିଦେଲେ । ପ୍ରଧାନମନ୍ତ୍ରୀ ଚାହାଁନ୍ତି ନାହିଁ ଗରିବ ଲୋକଙ୍କର କଲ୍ୟାଣ ହେଉ। ବର୍ତ୍ତମାନ ଯେଉଁ ଚାଉଳ ୫ କେ.ଜି ଦେଉଛନ୍ତି ତାକୁ ରୋଷେଇ କରିବା ପାଇଁ ଗ୍ୟାସର ଦରକୁ ୫୦ ଟଙ୍କା ବଢ଼େଇଛନ୍ତି। ଚାଉଳ କଞ୍ଚା ଖାଆନ୍ତୁ ଲୋକେ ଏହା ବୋଧେ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି କି ।ମାମାନଙ୍କ ଆଖିରୁ ଲୁହ ଦୂର କରିବାକୁ ଯେଉଁ ଯୋଜନା ହୋଇଥିଲା ତାହା ଏବେ ଲୋକଙ୍କୁ କନ୍ଦେଇଲାଣି। ଏହି ଗ୍ୟାସ୍ ଦର କାହିଁକି ବଢିଲା କାରଣ କଣ ସେଥିରେ ବିଜେପି ଚୁପ୍ । ବିଜେପି କାହିଁକି ଏହି ଘଟଣାରେ ନିରବ ବୋଲି ବିଜେଡି ପ୍ରଶ୍ନ କରିଛି।ତେବେ ଏ ସମ୍ପର୍କରେ ରାଜ୍ୟ ବିଜେପିର କର୍ମକର୍ତ୍ତା ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

By

Leave a Reply

Your email address will not be published. Required fields are marked *