ଶବ୍ଦଓଡ଼ିଶା ବ୍ୟୁରୋ:ଆଜି ଭାରତରେ ପହଞ୍ଚିଛନ୍ତି ଇଟାଲୀ ପ୍ରାଧାନମନ୍ତ୍ରୀ ଜର୍ଜିଆ ମେଲାନି।ମେଲାନିଙ୍କୁ ରାଷ୍ଟ୍ରପତି ଭବନରେ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମେଲାନିଙ୍କ ସହିତ ଇଟାଲୀର ଉପମୁଖ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଆଣ୍ଟେନିଓ ତାଜନି ମଧ୍ୟ ଭାରତରେ ପହଞ୍ଚିଛନ୍ତି।ତେବେ ପ୍ରଧାନମନ୍ତ୍ରୀ ମେଲାନି ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟମ ରାଇସିନା ଡାଇଲଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ଯୋଗଦେବେ।ତେବେ ସନ୍ଧ୍ୟାରେ ଏ କାର୍ଯ୍ୟକ୍ରମ ପୂର୍ବରୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ମେଲାନିଙ୍କ ମଧ୍ୟରେ ଦ୍ୟୁପାକ୍ଷିକ ,ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆଲୋଚନା କରିବେ।ଏହା ଉଭୟ ଦେଶ ମଧ୍ୟରେ ବୈଦେଶିକ ସମ୍ପର୍କ ମଜବୁତ କରିବ ବୋଲି କୁହାଯାଇପାରେ।
