Thu. Oct 15th, 2026

ବିଧାନସଭା ନିର୍ବାଚନର ଭୋଟ ଗଣତିରେ ନାଗାଲାଣ୍ଡରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଠାରେ ଭାଜପା ୪୦ ଆସନରେ ଆଗୁଆ ଥିବା ବେଳେ ଏନପିଏଫ ୩ ଏବଂ ଅନ୍ୟଦଳ ୧୭ ଆସନରେ ଆଗୁଆ ରହିଛନ୍ତି। ଭାଜପା ସହଜରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୩୧ ହାତେଇ ନେବାକୁ ଯାଉଛି। ନାଗାଲାଣ୍ଡରେ ସୃଷ୍ଟି ହୋଇଥିବା ଇତିହାସ, ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ନିର୍ବାଚନରେ ଜିତିଛନ୍ତି।

ଦିମାପୁର ତୃତୀୟ ବିଧାନସଭାରୁ ମହିଳା ପ୍ରାର୍ଥୀ ହେକାନି ଜଖାଲୁ ଜିତିଛନ୍ତି। ହେକାନିଙ୍କୁ ଏନଡିପିପି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ସେ ୧୫୩୬ ଭୋଟରେ ଏଲଜେପି(ରାମ ଭିଲାସ) ର ପ୍ରାର୍ଥୀ ଅଜେତୋ ଜିମୋମିଙ୍କୁ ପରାସ୍ତ କରିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନରେ କେବଳ ଚାରିଜଣ ମହିଳା ପ୍ରାର୍ଥୀ ଟିକେଟ ପାଇଥିଲେ। ହେକାନି ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ନିର୍ବାଚନ ସମୟରେ ହେକାନି ପାଇଁ ପ୍ରଚାର କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ସହ ପହଞ୍ଚିଥିଲେ।

୪୮ ବର୍ଷ ବୟସ୍କ ଏନଡିପିପି ନେତା ହେକାନି ଆଇନ ଅଧ୍ୟୟନ କରିଛନ୍ତି। ସେ ୨୦୧୩ ରେ ସାନ ଫ୍ରାନ୍ସିସ୍କୋ ସ୍କୁଲ ଅଫ ଲ’ରୁ ମାଷ୍ଟର ଅଫ ଲ ଡିଗ୍ରୀ ହାସଲ କରିଥିଲେ। ହେକାନୀଙ୍କର ୫.୫୮ କୋଟି ମୂଲ୍ୟର ସମ୍ପତ୍ତି ଅଛି।

Leave a Reply

Your email address will not be published. Required fields are marked *