Wed. Oct 14th, 2026

ଶବ୍ଦମିଡ଼ିଆ ବ୍ୟୁରୋ: ଉପସ୍ଥାପିତ ହୋଇଛି ଚଳିତ ବର୍ଷର ଶେଷ ରାଜ୍ୟ ଆର୍ଥିକ ବଜେଟ।ଏହି ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ଅର୍ଥ ବରାଦ ହୋଇଛି।୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ଗୁଡ଼ିକରେ ରାଜ୍ୟ ବଜେଟ କେତେ ଥିଲା, ଚଳିତ ବର୍ଷ କେତେ ଆଗତ ହୋଇଛି ଓ ରାଜ୍ୟ ପାଇଁ ନିଆଯାଇଥିବା ପ୍ରଶଂସନୀୟ ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଛନ୍ତି ଅର୍ଥମନ୍ତ୍ରୀ।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ବର୍ଷଠୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟବରାଦ ୧୫ ପ୍ରତିଶତ ଅଧିକ ରହିଛି ବୋଲି କୁହାଯାଇଛି।

ଏହି ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ଏକ ଲୋକାଭିମୁଖୀ ବଜେଟ୍ । ଲୋକଙ୍କର, ଲୋକଙ୍କ ଦ୍ଵାରା ଓ ଲୋକଙ୍କ ପାଇଁ ରହିଛି ଏହି ବଜେଟ। ଓଡିଶାକୁ ଉନ୍ନତିର ଏକ ନୂତନ ସୋପାନରେ ପହଞ୍ଚାଇବାରେ ବଜେଟ୍ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କୃଷି ଏବଂ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। କୃଷି କ୍ଷେତ୍ର ପାଇଁ ୨୪,୮୨୯ କୋଟି ଟଙ୍କା ବ୍ୟବବରାଦ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରଶାସନିକ ବ୍ୟୟବରାଦ ୯୪ ହଜାର କୋଟି ଟଙ୍କା ରହିଛି। ସେଥିରୁ ଦରମା ପାଇଁ ୩୨,୪୪୯ କୋଟି ଟଙ୍କା, ପେନସନ ପାଇଁ ୧୯,୯୬୭ କୋଟି ଟଙ୍କା, ସୁଧ ଦେୟ ବାବଦକୁ ୭,୨୪୧ କୋଟି ଟଙ୍କା ଏବଂ ପୁଞ୍ଜି ସଂପତ୍ତିର ରକ୍ଷଣାବେକ୍ଷଣ ପାଇଁ ୧୩,୪୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୫୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

By

Leave a Reply

Your email address will not be published. Required fields are marked *