ଓଡ଼ିଶା ରାଜ୍ୟ ବଜେଟ ୨୦୨୩-୨୪:ବଜେଟ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଆଗତ ହୋଇଛି ୨୦୨୩-୨୪ ଆର୍ଥିକ ବଜେଟ।ବିଧାନସଭା ଅଧିବେଶନ ତୃତୀୟ ତୃତୀୟ ଦିନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଗତବର୍ଷ ଗୁଡ଼ିକରେ ରାଜ୍ୟ ବଜେଟ କେତେ ଥିଲା, ଚଳିତ ବର୍ଷ କେତେ ଆଗତ ହୋଇଛି ଏବଂ ରାଜ୍ୟରେ ନିଆଯାଇଥିବା ପ୍ରସଂଶନୀୟ ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଛନ୍ତି ଅର୍ଥମନ୍ତ୍ରୀ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶା ମିଳିତ ଜାତିସଂଘ ଦ୍ଵାରା ପ୍ରଶଂସିତ ହୋଇଥିବା କ‌ଥା ମଧ୍ୟ ରାଜ୍ୟ ବଜେଟ ଉପସ୍ଥାପନ ବେଳେ କୁହାଯାଇଛି।

କୋଭିଡ୍ ମୁକାବିଲାରେ ଓଡ଼ିଶା ବିଶ୍ଵସନୀୟ ସଫଳତା ହାସଲ କରିଛି ବୋଲି ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ବର୍ଷଠୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟବରାଦ ୧୫ ପ୍ରତିଶତ ଅଧିକ ରହିଛି ବୋଲି କୁହାଯାଇଛି। ତେବେ ଆସନ୍ତୁ ଜାଣିବା ରାଜ୍ୟ ବଜେଟ ୨୦୨୩-୨୪ରେ କେଉଁ ବିଭାଗକୁ କେତେ ଟଙ୍କା ବ୍ୟୟବରାଦ କରାଯାଇଛି।

*୨୦୨୩-୨୪ ବଜେଟ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି

କୃଷି କ୍ଷେତ୍ର ପାଇଁ ୨୪,୮୨୯ କୋଟି ଟଙ୍କା ବ୍ୟବବରାଦ କରାଯାଇଛି
ମିଶନ ଶକ୍ତି ପାଇଁ ୨୫୪୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
ସ୍ଵାସ୍ଥ୍ୟ ବିଭାଗ ପାଇଁ ୧୬,୦୪୮ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଛି
ଶକ୍ତି ବିଭାଗକୁ ୫୯୫୪ କୋଟି ଟଙ୍କା ଦିଆଯାଇଛି
ଗୃହବିଭାଗ ପାଇଁ ୭୩୧୩ କୋଟି ମଞ୍ଜୁର କରାଯାଇଛି
ପାଇପ୍ ଜଳ ଯୋଗାଣ ପାଇଁ ୧୩, ୨୧୫ କୋଟି ବ୍ୟୟବରାଦ କରାଯାଇଛି।
ରାସ୍ତା, ବ୍ରିଜ, ରେଳ ଏବଂ ବିମାନବନ୍ଦର ବିକାଶ ପାଇଁ ୧୯,୪୫୨ କୋଟି ବ୍ୟୟବରାଦ କରାଯାଇଛି।
ସହରାଞ୍ଚଳ ବିକାଶ ପାଇଁ ୭,୯୧୯ କୋଟିର ବ୍ୟୟବରାଦ କରାଯାଇଛି।
ଉଚ୍ଚଶିକ୍ଷା ପାଇଁ ୩୧୭୨ କୋଟି ଟଙ୍କା
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୬୪ କୋଟି
ମହିଳା ଓ ଶିଶୁ ବିଭାଗ ପାଇଁ ୩୬୭୦ କୋଟି
ଏମଏସଏମଇ ପାଇଁ ୬୪୭ କୋଟି
ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୨୦୦ କୋଟି
ମତ୍ସ୍ୟ ଓ ପଷୁ ସମ୍ପଦ ପାଇଁ ୧୭୬୯ କୋଟି
ପର୍ଯ୍ୟଟନ କ୍ଷେତ୍ର ପାଇଁ ୬୮୦ କୋଟି ବ୍ୟୟବରାଦ କରାଯାଇଛି

You May Also Like

More From Author

+ There are no comments

Add yours