ଚାରି ଓଡ଼ିଆଙ୍କୁ ମିଳିବ ସିଭିରମଣ ସମ୍ମାନ।

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର,୮/୨: ଚଳିତ ବର୍ଷ ପାଇଁ ସିଭି ରମଣ ସମ୍ମାନ ଚୟନ ପରିଷଦ ଓଡ଼ିଶା ତରଫରୁ ବିଜ୍ଞାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣ ଓଡ଼ିଆ ବିଜ୍ଞାନୀଙ୍କୁ ସିଭି ରମଣ ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ପୁରସ୍କାର ଦିଆଯିବ ବୋଲି ପରିଷଦର ମହାସଚିବ ଡ. ବିଶ୍ୱଜିତ୍‌ ପ୍ରଧାନ ଘେଷଣା କରିଛନ୍ତି ।ଏମାନଙ୍କ ଭିତରୁ ବିଶିଷ୍ଟ ଗଣିତଜ୍ଞ ତଥା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍ସର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସ୍ୱାଧୀନ ପଟ୍ଟନାୟକଙ୍କୁ ବିଜ୍ଞାନ ରତ୍ନ ସମ୍ମାନ, ଫକୀରମୋହନ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀଙ୍କୁ ବରିଷ୍ଠ ବୈଜ୍ଞାନିକ ସମ୍ମାନ, ଜର୍ମାନର ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟର ଯୁବ ରସାୟନ ବିଜ୍ଞାନୀ ଡ. ଶେଷ କିଷାନଙ୍କୁ ସିଭି ରମଣ ଯୁବ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯିବ । ଏଥି ସହିତ ପୁନେ ସ୍ଥିତ ଆଇଜରରେ ଗବେଷଣାରତ ଥିବା ଛାତ୍ର ଜିସୁ ଦାସଙ୍କୁ ବିଜ୍ଞାନ ଜ୍ୟୋତି ସମ୍ମାନ ପ୍ରଦାନ କରାଯିବ ।

You May Also Like

More From Author

+ There are no comments

Add yours