ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳକୁ ପୁଣି ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।

ଶବ୍ଦମିଡ଼ିଆ ବ୍ୟୁରୋ:ଝାରସୁଗୁଡା, ୮।୨ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ପୁଣି ୫ ଦିନିଆ ରିମାଣ୍ହରେ କ୍ରାଇମବ୍ରାଞ୍ଚ ନେବ । ରିମାଣ୍ଡରେ ନେବା ପାଇଁ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। କୋର୍ଟ ୫ ଦିନ ରିମାଣ୍ଡରେ ଗୋପାଳଙ୍କୁ ନେବା ପାଇଁ ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ ବୁଧବାର ଗୋପାଳର ରିମାଣ୍ଡ ଅବଧୀ ଶେଷ ହୋଇଥିଲା।ସେହିପରି ଗୋପାଳର ନାର୍କୋ ଟେଷ୍ଟ ପାଇଁ କ୍ରାମଇବ୍ରାଞ୍ଚ ପକ୍ଷରୁ ଜେଏମଏଫସି କୋର୍ଟରେ ଆବେଦନ କରାଯାଇଥିଲା

ଏଥିପାଇଁ ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୯ ତାରିଖରେ ବ୍ରଜରାଜନଗରସ୍ଥିତ ଗାନ୍ଧୀ ପଡିଆ ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଗିରଫ କରି ରିମାଣ୍ଡରେ ଆଣି ପଚରାଉଚରା କରୁଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମଙ୍ଗଳବାର ସିନ ରିକ୍ରିଏସନ କ୍ରାଇମବ୍ରାଞ୍ଚ କରିଥିଲା। ବ୍ରଜରାଜନଗର ଗାନ୍ଧୀଛକ ସ୍ଥିତ ଘଟଣାସ୍ଥଳକୁ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଅଣାଯାଇ ସିନ ରିକ୍ରିଏସନ କରାଯାଇଥିଲା। ନବ ଦାସ ହତ୍ୟା ଘଟଣାର ଗୋପାଳ ଡେମୋ ଦେଖାଇଥିଲେ।

You May Also Like

More From Author

+ There are no comments

Add yours