ଫେବୃଆରୀ ୧୪ରେ ଗୋମାତାଙ୍କୁ କରନ୍ତୁ ଆଲିଙ୍ଗନ, ଭାରତୀୟ ପଶୁ କଲ୍ୟାଣ ବୋର୍ଡର ଦେଶବାସୀଙ୍କୁ ନିବେଦନ

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍‌ସ ଡେ ପରିବର୍ତ୍ତେ ଫେବୃଆରୀ ୧୪ କୁ ଗାଈ ଆଲିଙ୍ଗନ ଦିବସ (Cow hug day) ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛି ଭାରତର ପଶୁ କଲ୍ୟାଣ ବୋର୍ଡ । ଫେବୃଆରୀ ୧୪ ରେ ସମଗ୍ର ବିଶ୍ୱରେ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଏ । ବୋର୍ଡର ନିବେଦନ ଅନୁଯାୟୀ ଗାଈ ଆଲିଙ୍ଗନ ଦିବସର ଅର୍ଥ ହେଉଛି ଗାଈକୁ ଗଳାରେ ଲଗାଇବା ।ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ପଶୁ କଲ୍ୟାଣ ବୋର୍ଡ ଦ୍ୱାରା କରାଯାଇଥିବା ଏହି ଆବେଦନରେ କୁହାଯାଇଛି, “ଆମେ ସମସ୍ତେ ଜାଣୁ ଯେ ଗାଈ ହେଉଛି ଭାରତୀୟ ସଂସ୍କୃତି ଏବଂ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ଯାହାକି ଆମ ଜୀବନ ଏବଂ ପଶୁପାଳନକୁ ବଞ୍ଚାଇଥାଏ ଏବଂ ଜୈବ ବିବିଧତାକୁ ପ୍ରତିନିଧିତ୍ୱ କରେ । ମାନବତାକୁ ସବୁକିଛି ପ୍ରଦାନ କରୁଥିବା ମା ସମାନ ପୋଷକ ପ୍ରକୃତି କାରଣରୁ ଏହାକୁ କାମଧେନୁ ଏବଂ ଗୋମାତା ନାମରେ ଜଣାଶୁଣା ହୋଇଥାଏ ।

You May Also Like

More From Author

+ There are no comments

Add yours