Sun. Nov 29th, 2026

ଚନ୍ଦାହାଣ୍ଡି 8/2(ଆ ପ୍ର )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପ୍ରେସ କ୍ଳବ ର ସଭାପତି l ଦିଲୀପ କୁମାର ଦାସ ଙ୍କ ନେତୃତ୍ୱ ରେ କ୍ଳବ ର ସମସ୍ତ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତା ମାନେ ନୂତନ ଭାବରେ ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟଳୟ ରେ ନୂତନ ଭାବରେ ଯୋଗଦାନ ଦେଇଥିବା ତହସିଲଦାର ସ୍ନିଗ୍ଧାରାଣୀ ପଳାଇ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ସମସ୍ତ ସାମ୍ବାଦିକ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହ l ଚନ୍ଦାହାଣ୍ଡି ଅଞ୍ଚଳ ରେ ରହିଥିବା ବିଭିନ୍ନ ରାଜସ୍ୱ ସମଷ୍ୟା କୁ ନେଇ ଆଲୋଚନା କରି ଥିଲେ l ନୂତନ ତହସିଲ ଶ୍ରୀମତୀ ପଳାଇ ସମସ୍ତ ସାମ୍ୱାଦିକ ଙ୍କୁ ସୁ ସ୍ୱାଗତ କରିବା ସହ ଚନ୍ଦାହାଣ୍ଡି ବ୍ଲକ ରେ ଲାଗି ରହିଥିବା ବିଭିନ୍ନ ରାଜସ୍ୱ ସମଷ୍ୟା ଉପରେ ବିଶେଷ ଦୃଷ୍ଟି ଦେବା ସହ ଗରୀବ ଶ୍ରେଣୀ ର ଲୋକମାନେ କିଭଲି ଭାବରେ ଉଚିତ ସେବା ପାଇପାରିବେ ସେଥି ପ୍ରତି ବିଶେଷ ଦୃଷ୍ଟି ଦେବେ ବୋଲି ସେ ସାମ୍ବାଦିକ ଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ l ନୂତନ ତହସିଲଦାର ଙ୍କ ସହ ସୌଜନ୍ୟ ସାକ୍ଷାତ ସମୟ ରେ ପ୍ରେସ କ୍ଳବ ର ସମ୍ପାଦକ ମୁକୁନ୍ଦ ବେଶ୍ରା ଉପ ସଭାପତି ବାସୁଦେବ ସୁନା ବରିଷ୍ଠ ସାମ୍ବାଦିକ ମହମ୍ମଦ ହୁସେନ, କୋସାଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ବରିଷ୍ଠ ସାମ୍ବାଦିକ ମନୋଜ କୁମାର ପାଣ୍ଡି, ସାମ୍ବାଦିକ ଶ୍ୟାମ ସୁନ୍ଧର ସୁନାନୀ, ଦିବ୍ୟରଞ୍ଜନ ମହାପାତ୍ର, ହିମାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ l ରିପୋର୍ଟର– ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା।

By

Leave a Reply

Your email address will not be published. Required fields are marked *