ତୁର୍କୀରେ ପଞ୍ଚମ ଶକ୍ତିଶାଳୀ ଭୂକମ୍ପର ଝଟକା

ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଅନପଟେ ତୁର୍କୀରେ ଭୂକମ୍ପର ଝଟକା କମ ହେଉନାହିଁ । ମଙ୍ଗଳବାର ୟୁରୋପିୟନ ମେଡିଟେରେନିୟମ ସିସ୍ମୋଲଜିକାଲ ସେଣ୍ଟର(ଇଏମଏସସି) କହିଛି ତୁର୍କୀରେ ୫.୭ ତୀବ୍ରତାର ପଞ୍ଚମ ଭୂକମ୍ପ ଅନୁଭୁତ ହୋଇଛି । ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଥିବା ତୁର୍କୀକୁ ଏବେ ବିଭିନ୍ନ ଦେଶ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହିକ୍ରମରେ ଭାରତ ପ୍ରଥମ କରି ରିଲଫ ସାମଗ୍ରୀ ନେଇ ପହଞ୍ଚିଛି । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବି ତୁର୍କୀକୁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି

You May Also Like

More From Author

+ There are no comments

Add yours