Sat. Oct 17th, 2026
ଶବ୍ଦମିଡ଼ିଆ ବ୍ୟୁରୋ:ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସଲମାନ ଖାନଙ୍କ ଫିଲ୍ମ ‘ଚୋରି ଚୋରି ଚୁପ୍‌କେ ଚୁପ୍‌କେ’ ଓ ‘ଅଣ୍ଡର ଟ୍ରାୟଲ’ ଆଦି ସୁପରହିଟ୍‌ ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ ଘଟିଛି। ସୋମବାର ରାତିରେ ସେ କୋକିଲାବେନ ହସ୍ପିଟାଲରେ ଚିକିିତ୍ସିତ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।ଏହି ଖବର ପ୍ରକାଶ ପାଇବା ପରେ ଅନେକ ବଲିଉଡ଼ କଳାକାର ସାମାଜିକ ଗଣମାଧ୍ୟମ ଜରିଆରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶ ସ୍ଥିତ ପୈତୃକ ଘରେ ନାଜିମଙ୍କ ଅନ୍ତିମ ସଂସ୍କାର କରାଯିବ।

By

Leave a Reply

Your email address will not be published. Required fields are marked *