Wed. Oct 14th, 2026

ଚନ୍ଦାହାଣ୍ଡି – ମଣିଷ ଜୀବନ କେବେ ପତର ତଳେ ତ ଆଉ କେବେ ପଥର ତଳେ । ଭାଗ୍ୟ ଓ ଭବିଷ୍ୟତର ଲୁଚୁକାଳି ଖେଳରେ ବେଳେ ବେଳେ ହାରିଯାଏ ମଣିଷ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ଝରିଆ ସାହିର ରାମଚନ୍ଦ୍ର ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ଯେମନୀ ଗୌଡ଼ଙ୍କ ଜୀବନରେ ଅନେକ ଝଡ଼ଝଞ୍ଜା । ଘର ନାହିଁ ବୋଲି ଚନ୍ଦାହାଣ୍ଡି ସଦର ବସଷ୍ଟାଣ୍ଡର ଫୁଟପାଥରେ ପଲିଥିନ ପକାଇ ଜୀବନ ଜିଉଁଛନ୍ତି l ଅତି ଦୟନୀୟ ଭାବରେ ଜୀବନ ବିତାଉ ଥିବା ବେଳେ ମାନବିକତା ସତେ ଯେମିତି ବାଟ ହୁଡିଛି l
ଚନ୍ଦାହାଣ୍ଡି ସଦର ଝରିଆ ସାହିର ରାମଚନ୍ଦ୍ର ଗୌଡ଼ l ଜଣେ ଭୂମିହୀନ ଗରୀବ ଶ୍ରେଣୀର ଲୋକ l କୁଲି ମଜୁରୀ କରିବା ସହ ଚନ୍ଦାହାଣ୍ଡି ସଦର ରେ ଭଜା ଚିନାବାଦାମ, ଚିକେନ ପକୋଡା ବିକ୍ରି କରି ସେଥିରୁ ଯାହା ଦ୍ବିପଇସା ଲାଭ ହୁଏ ସେଥିରେ ସ୍ୱାମୀ ସ୍ତ୍ରୀ ହସ ଖୁସି ରେ ଜୀବନ ବିତାଇ ଥାନ୍ତି l ସାହିରେ ଥିବା ବାପ ଅମଳ ର ପୁରୁଣା କାଳିଆ ଝାଟି ମାଟି ଘର ଭାଙ୍ଗି ଯିବାରୁ l ରାମଚନ୍ଦ୍ର ଆବାସ ଗୃହ ଖଣ୍ଡିକ ପାଇଁ ବାରମ୍ଭାର ପଲ୍ଲୀ ସଭା ଗ୍ରାମସଭା ରେ ଆବେଦନ କରୁ ଥିଲେ ମଧ୍ୟ ତାଙ୍କର କଥା କେହି ଶୁଣୁ ନାହାନ୍ତି l ଏମାନଙ୍କ କୋଳରେ କୌଣସି ସନ୍ତାନ ନାହିଁ l ପୁରୁଣା କାଳିଆ ଘର ଭାଙ୍ଗି ଯିବାରୁ , ପତି ପତ୍ନୀ ସାହିର ଅନ୍ୟ ର ଘରେ ଯାଯାବର ପରି ଜୀବନ ବିତାଉଥିଲେ l ଏହାପରେ ଅନ୍ୟ ଉପାୟ ନ ପାଇ ଚନ୍ଦାହାଣ୍ଡି ବସ ଷ୍ଟାଣ୍ଡ ରେ ପଲିଥିନ ପକାଇ ସ୍ୱାମୀ ସ୍ତ୍ରୀ ଦୁହେଁ ଅତି ଦୟନୀୟ ଭାବରେ ଜୀବନ ବିତାଉଛନ୍ତି ।

ବର୍ଷା ଦିନେ ଚନ୍ଦାହାଣ୍ଡି ସଦର ଦୁଇ ଥାକିଆ ରାସ୍ତା ର ଦୁର୍ଗନ୍ଧ ପାଣି ଅଳିଆ ଆବର୍ଜନା ମଶା କାମୁଡା ଖାଇବା ସହ ରାତିରେ ବର୍ଷା ପାଣି ରେ ବଂଚିବା ପାଇଁ ଛତା ଟେକି କି ଶୋଉଛନ୍ତି୍। ଖରା ଦିନ ଗରମ ଖରା ସହ ଝଡ଼ ବତାସ ହେଲେ ନିକଟସ୍ଥ ସରକାରୀ କାର୍ଯ୍ୟଳୟ ବାରଣ୍ଡା ରେ ଆଶ୍ରୟ ନେଇଥାନ୍ତି l ଗୋଟିଏ ପଟେ ଚନ୍ଦାହାଣ୍ଡି ଅଞ୍ଚଳରେ ବିକାଶ ର ଡିଣ୍ଡିମ ସାଂସଦ, ବିଧାୟକ , ଠୁ ଆରମ୍ଭ କରି ସ୍ଥାନୀୟ ଜନ ପ୍ରତିନିଧି ମାନେ ପିଟୁଥିବା ବେଳେ ,ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାରେ ଏମାନେ ଫୁଟପାଦ ରେ ପଲିଥିନ ପକାଇ ଜୀବନ ବିତାଉଥିବା ଘଟଣା । ଏହା ଉପରେ କାହାରି ନଜର ନପଡିବା ଏକ ପରିତାପର ବିଷୟ ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି l ସରକାରୀ ସାହାଯ୍ୟ କହିଲେ ମାସକୁ 10 କେଜି ଚାଉଳ l ନିସନ୍ତାନ ବୁଦ୍ଧ ଦମ୍ପତି ହୋଇଥିବା ସତ୍ୱେ ଏମାନଙ୍କୁ ସରକାରୀ ଭତ୍ତା ଖଣ୍ଡେ ଯୋଗାଇ ଦିଆଯାଇ ନାହିଁ l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ବି ଡ଼ି ଓ ଧର୍ମରାଜ ମାଝି ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇ ଥିଲା l ତାଙ୍କ ଫୋନ ବନ୍ଦ ଥିବା ଯୋଗୁଁ ତାଙ୍କ ପ୍ରତିକ୍ରିୟା ମିଳି ପରି ନଥିଲା l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

Leave a Reply

Your email address will not be published. Required fields are marked *