ଗାଁରେ ବେନିୟମ ଭାବେ ବିକ୍ରି କରୁଥିବା ମଦ ଜରି ଫୋପାଡିଲେ ମହିଳା

ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଂଚାୟତ ଅଧିନ ଓଟିପଡା ଗ୍ରାମରେ ବେଆଇନ ଭାବରେ ଗ୍ରାମରେ ଦେଶୀମଦ ପାଉଚ ଗ୍ରାମରେ ବିକ୍ରୀ କରୁଥିବା ଦୁଇ ମଦକୋଚିଆ ଙ୍କ ମଦ ପାଉ କୁ ରାସ୍ତା ରେ ଫୋପାଡ଼ିଲେ ଗ୍ରାମର ମହିଳା ସଙ୍ଘ l ଗ୍ରାମର ମହିଳା ସଙ୍ଘର ଏତାଦୃଶ୍ୟ କାର୍ଯ୍ୟ କୁ ନେଇ ବିଭିନ୍ନ ମହ ରେ ପ୍ରଶଂସା କରାଯାଉଛି । ଏପଟେ ପୋଲିସ ଓ ଅବକାରୀ ପ୍ରଶାସନର ଭୂମିକା କୁ ନେଇ ସନ୍ଧେହ କରାଯାଇଛି l ଏ ଦିଗରେ ଜିଲ୍ଲା ପୋଲିସ ଓ ଅବକାରୀ ଅଧିକ୍ଷକ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଓଟିପଡା ମହିଳା ସଙ୍ଘ ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ସୂଚନା ଅନୁସାରେ ଓଟିପଡା ଗ୍ରାମରେ ଝୁମୁକ ଲାଳ ମାଝି ଓ ରାମଲାଲ ମାଝି । ଗ୍ରାମରେ ଦୀର୍ଘ ଦିନ ହେବ ଦଳବେଡା ପଂଚାୟତ ଭାଟିପଡା ଗ୍ରାମ ଠାରେ ଥିବା ଲାଇସେନ୍ସ ପ୍ରାପ୍ତ ମଦଭାଟି ରୁ ଜରି ପାଉଚ ସାଙ୍ଗେ ଦେଶୀ ମଦ ବିକ୍ରୀ କରୁଥିଲେ l ଗ୍ରାମରେ ଯୁବକ ଠାରୁ ଆରମ୍ଭ କରି ବୃଦ୍ଧ ପ୍ରଯ୍ୟନ୍ତ ନିଶାଗ୍ରସ୍ତ ହୋଇ ଗ୍ରାମରେ ବିଭିନ୍ନ ସମୟ ରେ ଆସନ୍ତି ଓ ଏଥିପାଇଁ ନାନା ଗଣ୍ଡଗୋଳ ଦେଖାଯାଉଥିଲା l ଏଥି ପାଇଁ ଗ୍ରାମବାସୀ ମାନେ ବାରମ୍ବାର ଝୁମୁକ ଲାଲ ଓ ରାମଲାଲ କୁ ଗ୍ରାମରେ ମଦବିକ୍ରି ବନ୍ଦ କରିବା ପାଇଁ ନେହୁରା ହେଉଥିଲେ । ତେବେ ସେମାନେ ଶୁଣିବା ବଦଳ ରେ ଲୋକଙ୍କୁ ନାଲିଆଖି ଦେଖାଉ ଥିଲେ l ଏଥିପାଇଁ ଗ୍ରାମବାସୀ ମାନେ ପୋଲିସ ପ୍ରଶାସନ କୁ ଅବଗତ କଲେ ମଧ୍ୟ କିଛି ଲାଭ ହେଉ ନଥିଲା l ଶେଷରେ ଗ୍ରାମର ମହିଲା ସଙ୍ଘ ର ସଭାନେତ୍ରୀ ଧନୁ ରାଉତ ଙ୍କ ନେତୃତ୍ୱ ରେ ଗ୍ରାମର ମହିଳା ସଙ୍ଘ ସଦସ୍ୟା ଏବଂ ଗ୍ରାମବାସୀ ମାନେ ମିଳିତ ଭାବରେ , ବେଆଇନ ଭାବରେ ଗ୍ରାମରେ ବିକ୍ରୀ ପାଇଁ ରଖିଥିବା ଶହ ଶହ ମଦ ପାଉଚ କୁ ରାସ୍ତା ରେ ନଷ୍ଟ କରି ଫୋପାଡ଼ି ଦେଇଥିଲେ l ଏହା ପରେ ଯଦି ଗ୍ରାମରେ ବେଆଇନ ଭାବରେ ମଦପାଉଚ ବିକ୍ରୀ ହୁଏ ତାହେଲେ ମହିଳା ସଙ୍ଘ ଆଇନ କୁ ହାତକୁ ନେବ ବୋଲି ସଙ୍ଘ ର ପୁଷ୍ପାଞ୍ଜଳୀ ସାହୁ, ନଥୁରା ମାଝି, ନମତୀ ମାଝି, ନମିତା ମାଝି ମଦନା ପୁଞ୍ଜି, ପ୍ରମୁଖ ଗଣମାଧ୍ୟମ କୁ ପ୍ରକାଶ କରିବା ସହ ତୁରନ୍ତ ଜିଲ୍ଲା ଅବକାରୀ ଅଧିକ୍ଷକ ପଦକ୍ଷେପ ନେବା କୁ ସେମାନେ ଦାବୀ କରିଛନ୍ତି l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours