କାଶୀପୁର ବ୍ଲକରେ ବିଶାଳ ଜନ ସମାବେଶ,ଜଙ୍ଗଲ ଜମି ଅଧିକାର ପାଇଁ ଦାବି

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ, ଗୋଡିବାଲି ପଂଚାୟତର କରଞ୍ଜଗୁଡା ଗାଁରେ ଚାଷୀ ଏକତା ପରିଷଦ,ଅଖିଳ ଭାରତୀୟ କିସାନ ମଜଦୁର ସଭା ଏବଂ ଶାଶୁ ବୋହୁ ମାଳି ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ଓ କାଶୀପୁର ବ୍ଲକ ର ଆଖ ପାଖ ଚାରି ପାଞ୍ଚଟି ପଂଚାୟତର ଲୋକେ ଜନ ସମାବେଶରେ ଏକାଠି ହୋଇଛନ୍ତି l କାଶୀପୁର ବ୍ଲକ ର ଆଦିବାସୀ ଓ ଜାତି ଜନଜାତି ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ, ଜମି, ଜଙ୍ଗଲ,ଧର୍ମ, ବିଶ୍ୱାସ ଓ ପରମ୍ପରା କୁ ସୁରକ୍ଷିତ ରଖିବା ନିମନ୍ତେ ଅଞ୍ଚଳ ବାସୀ ଏକତାର ସହ ରହି ଲଢ଼ିବା ପାଇଁ ଶପଥ ନେଇଥିଲେ l ଆଦିମ କାଳରୁ ଏହି ଅଞ୍ଚଳରେ ଆଦିବାସୀ ମାନେ ଜଗିରହିଥିବା ଜମି ,ଜଙ୍ଗଲ କୁ କିଣା ବିକା ବନ୍ଦ କରା ନ ଗଲେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୋଧ ରେ ଆନ୍ଦୋଳନ କରାଯିବା ନିମନ୍ତେ ସ୍ୱର ଉଠିଛି l ଜଙ୍ଗଲ ଅଧିକାର ଆଇନ ସ୍ୱତେ ଆବଶ୍ୟକୀୟ ଜଙ୍ଗଲ ଅଧିକାର ଆଦିବାସୀ ମାନଙ୍କୁ ଦିଆଯାଉ ନାହିଁ ।  ବଡ ବଡ଼ କମ୍ପାନୀ ମାନଙ୍କ ସ୍ୱାର୍ଥରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଠାରୁ ଅଧିକାର ଛଡେଇ ନେବାର ଷଡଯନ୍ତ୍ର ନେଇ ଏହି ଜନ ସମାବେଶରେ ଆଲୋଚନା ହୋଇଛି । ଜାତି, ଧର୍ମ, ପରମ୍ପରା ଓ ସଂସ୍କୃତିର ବିକାଶ ପାଇଁ ସରକାରଙ୍କ ତରଫରୁ ଯେଉଁପରି ଭାବେ ଉଦ୍ୟମ ଓ ଅନୁଦାନ ଦିଆଯିବା କଥା, ତାହା ଦିଆଯାଉନାହିଁ । ଏହିଭଳି ଅନେକ ସମସ୍ୟା ନେଇ ଏହି ସମାବେଶରେ ଆଲୋଚନା ହୋଇଥିଲା । ସମସ୍ୟାକୁ ନେଇ ଏହି ସଂଗଠନ ଗୁଡିକ ଆଗାମୀ ଦିନରେ ଏକ ବଡ ଧରଣର ଜନ ଆନ୍ଦୋଳନ ଲାଗି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି l ଏହି ସମାବେଶରେ ପ୍ରତାପ ପୁଆଲା,ସଭାପତି, ଚାଷୀ ଏକତା ପରିଷଦ ଓ ଶ୍ରୀ ବୁଲି ମାଝୀ, ସଭାପତି, ଅଖିଳ ଭାରତୀୟ କିସାନ ମଜଦୁର ସଭା ଏବଂ ଶାଶୁ ବୋହୁ ମାଳି ଚାରିଟେବୁଲ ଟ୍ରଷ୍ଟ, ଉପସ୍ଥିତ ରହି ନିଜ ନିଜ ମତାମତ ରଖିଥିଲେ l
ଅଜୀତେଶ ପଟ୍ଟନାୟକ, ଶବ୍ଦ ମିଡ଼ିଆ, ରାୟଗଡ

You May Also Like

More From Author

+ There are no comments

Add yours