Thu. Oct 15th, 2026

ଚନ୍ଦାହାଣ୍ଡି- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁଧର ମାଝି ଙ୍କୁ ଦଳ ବିରୋଧି କାମ ପାଇଁ ବିଜେପିରୁ ବହିଷ୍କୃତ କରିବା ସହ ତାଙ୍କ ପ୍ରାଥମିକ ସଦସ୍ୟତା ରଦ୍ଧ କରାଯାଇଛି । ଏନେଇ ଚନ୍ଦାହାଣ୍ଡି ବିଜେପି କାର୍ଯ୍ୟଳୟକୁ ଜିଲ୍ଲା ସଭାପତି ଜଗଦୀଶ ବିଶୋଇ ଏକ ପତ୍ର ପେରଣ କରି ଥିବା ନେଇ ଚନ୍ଦାହାଣ୍ଡି ବିଜେପି ମଣ୍ଡଳ ସଭାପତି ପ୍ରତାପ ବାଘ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଏହାର ଏକ ନକଲ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିଶୋଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ପ୍ରେରଣ କରିଥିବା ନେଇ ଶ୍ରୀ ବାଘ ସୂଚନା ଦେଇଛନ୍ତି l ମାଲଗାଁ ବିଜେପି ମଣ୍ଡଳ ସଭାପତି ଡମ୍ବରୁ ମାଝି ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ମଣ୍ଡଳରେ ବିଜେପି ଦଳୀୟ ସଂଗଠନ ପାଇଁ ସେ ସବୁ ବେଳେ ପ୍ରୟାସ ଜାରି ରଖିବା ସହ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ଶାସକ ଦଳ ସହ ଲଢୁଥିଲେ । ଗୋଟିଏ ପଟେ ବିଜେପି ଦଳିୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ଭାବ ନଥିବା ସହ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ନେଇ ଏଠାରେ ଚର୍ଚ୍ଚା ଜୋର ଧରିଛି l ଦଳର ନିଲମ୍ୱନ ପୂର୍ବରୁ ଡ଼ମ୍ବରୁ ଧର ମାଝି ନିଜ ସମର୍ଥକଙ୍କ ସହ ବିଜେଡ଼ି ଦଳରେ ମିଶିବା ପାଇଁ ଜିଲ୍ଲା ବିଜେଡ଼ି ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ବାସଭବନ ଉମରକୋଟ ଯାଇଥିବା ନେଇ ଚର୍ଚା ଦିନ ତମାମ ଚାଲିଥିଲା । ନିଲମ୍ବିତ ବିଜେପି ମଣ୍ଡଳ ସଭାପତି ଡମ୍ବରୁ ମାଝି ଙ୍କୁ ପଚାରିବାରୁ ଚନ୍ଦାହାଣ୍ଡି ବ୍ଲକ ବିଜେପି ଦଳୀୟ କର୍ମୀଙ୍କ ମଧ୍ୟରେ ଏକତା ଓ ଶୃଙ୍ଖଳା ର ଅଭାବ ଥିବା ବେଳେ ,ଜିଲ୍ଲା ଓ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ବ୍ଲକ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ମନୋଭାବ ଠିକ ନାହିଁ । ଏଠାରେ ଦଳକୁ ଆଗେଇ ନେବା କଷ୍ଟସାଧ୍ୟ ହୋଇ ପଡିଛି l ଚନ୍ଦାହାଣ୍ଡି ବ୍ଲକ ରେ ରମେଶ ମାଝି ଙ୍କ ନିତୀ ଆଦର୍ଶ, ଏବଂ ଲୋକ ପ୍ରିୟତା ଶୁଦ୍ଧୃଢ଼ ରହିଥିବା ରୁ ସେ ତାଙ୍କ ଆଦର୍ଶ ରେ ଅନୁ ପ୍ରାଣିତ ହେବା ସହ ରାଜ୍ୟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ବିକାଶମୂଳକ ଳ କାର୍ଯ୍ୟ ପ୍ରତି ଅନୁପ୍ରାଣିତ ହୋଇ ସେ ବିଜେଡ଼ି ଦଳ ରେ ସାମିଲ ହେବା ପାଇଁ ସ୍ଥିର କରିଛନ୍ତି ବୋଲି ସେ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଡ଼ମ୍ବରୁ ମାଝି ବିଜେଡ଼ି ଦଳ ରେ ସାମିଲ ହେବା ପରେ ସେ ଦଳ ପାଇଁ କି ଭଳି କାର୍ଯ୍ୟ କରିବେ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଛି l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

Leave a Reply

Your email address will not be published. Required fields are marked *