ଗାଁ ସେଲୁନରେ ବାଳ କାଟୁଛନ୍ତି ସାଂସଦ ରମେଶ ମାଝି

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି । ନିଜର ସରଳ ହୃଦୟ ଓ ସାଧାରଣ ଲୋକଙ୍କ ପ୍ରତି ଆତ୍ମୀୟତାର ଭାବ ପାଇଁ ଖୁବ ଜନପ୍ରିୟ । ନିଜର ଚୁଟି କାଟିବା ପାଇଁ ସହରର କୌଣସି ଦାମୀ ସେଲୁନକୁ ନ ଯାଇ ନିଜ ବ୍ଲକ ସଦରରେ ଥିବା କୈଳାସ ବେହେରା ନାମକ ଜଣେ ଗରିବ ଶ୍ରେଣୀର ବାରିକଙ୍କ ଭଙ୍ଗା ଦଦରା ସେଲୁନରେ ଚୁଟି କାଟୁଛନ୍ତି । ନିଜର ମହତ ପଣିଆ ସାଙ୍ଗକୁ ନିଜ ଅଂଚଳରେ ଥିବା ତାଙ୍କର ଗରିବ-ଗୁରୁବାଙ୍କ ପ୍ରତି ଦୟା ମନୋଭାବର ପରାକାଷ୍ଠା ଦେଖାଇଛନ୍ତି । ଏହାକୁ ନେଇ ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଚୁଟି କାଟୁଥିବା କାରିଗର କୈଳାଶ ବେହେରା ଜଣେ ଦକ୍ଷ ବାରିକ । ଚନ୍ଦାହାଣ୍ଡି ବ୍ଲକରେ ତାଙ୍କ ପିତା ଉଦ୍ଧବ ବେହେରା ଏଠାରେ ସେଲୁନ କରି ନିଜ ପରିବାରକୁ କଲେଇବା ସହ ସମସ୍ତଙ୍କ ଲୋକପ୍ରିୟତା ଅର୍ଜନ କରିଥିଲେ । ବର୍ତ୍ତମାନ ତାଙ୍କ ପୁଅ କୈଳାଶ ବେହେରା ଭଲ ଚୁଟି କାଟୁଥିବା ସହ ଜଣେ ଶାନ୍ତ , ମିଷ୍ଟଭାଷୀ ହୋଇଥିବାରୁ, ଏଠାରେ ବଡ଼ ବଡ଼ ଲୋକ ନିଜ ଘରକୁ ଡକାଇ ଚୁଟି କଟାଉଥିବା ଦେଖିବାକୁ ମିଳୁଛି । କୈଳାଶଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେ ଭଲ ସେଲୁନଟିଏ କରି ନପାରି ଚନ୍ଦାହାଣ୍ଡି ସଦରଠାରେ ଭଙ୍ଗା ଦଦରା ଏକ ଠେଲାରେ ସେଲୁନ ଦୋକାନ ଖୋଲିଛନ୍ତି । ଆଧୁନିକ ଚାକଚକ୍ୟର ଅଭାବ ଯୋଗୁ ଜଣେ ଭଲ କାରିଗର ହୋଇଥିଲେ ମଧ୍ୟ ଏଠାରେ ଗ୍ରାହକଙ୍କ ଭିଡ କମ । ଏହା ଛଡା ତାଙ୍କ ସ୍ତ୍ରୀ ଗୌରୀ ବେହେରା ଜଣେ ସୁଗୃହିଣୀ ହେବା ସହ ଚନ୍ଦାହାଣ୍ଡି ବ୍ଲକ ବିଏଲଏଫର ସମ୍ପାଦିକା । ସେ ମହିଳାମାନଙ୍କ ସ୍ୱାମଲମ୍ବୀ କିପରି ହୋଇପାରିବେ ସେଥିପାଇଁ ସେ ବିଶେଷ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଯଦି କୈଳାଶ ବେହେରାଙ୍କୁ ସରକାରୀ ପ୍ରୋତ୍ସାହନ ଯେଗାଇଦିଆଯାଏ, ତେବେ ସେ ଆହୁରି ଭଲ କରିପାରିବେ ବୋଲି ଏଠାରେ ବିଭିନ୍ନ ମତ ପ୍ରକାଶ ପାଇଛି । ଅନ୍ୟପଟେ ରମେଶ ଚନ୍ଦ୍ର ମାଝିଙ୍କ ଗରିବଙ୍କ ସରଳ ଜୀବନଶୈଳୀ ଓ ସାଧାରଣ ବର୍ଗର ଲୋକଙ୍କ ପାଇଁ ଶ୍ରଦ୍ଧା,ଅଂଚଳରେ ଜନପ୍ରିୟ କରିଛି ।

ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours