ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିକ୍ରମଦେବ କଲେଜର ୭୫ ବର୍ଷ ପୂର୍ତ୍ତିରେ ଦେବେ ଯୋଗ

ଶବ୍ଦ ଓଡିଶା ବ୍ୟୁରୋ: ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଦେବ କଲେଜର ୭୫ ବର୍ଷ ଅବସରରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଗତକାଲି ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ସର୍ବପୁରାତନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟର ୭୫ବର୍ଷ ପୂର୍ତି ଉତ୍ସବର ଠିକ୍ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଅନେକବର୍ଷର ଦାବି ଶେଷରେ ପୂରଣ ହୋଇଥିବାରୁ କଲେଜ କର୍ମଚାରୀ, ପୁରାତନ ଛାତ୍ର ଏବଂ ଏବେର ଛାତ୍ରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

You May Also Like

More From Author

+ There are no comments

Add yours