ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା : ଉତ୍ସବମୁଖର ମହିମାଗାଦି ପୀଠ

ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳର ପ୍ରସିଦ୍ଧ ଯୋରନ୍ଦା ମେଳା ଆଜିଠୁ ଆରମ୍ଭ ହୋଇଛି । ସଂଧ୍ୟାରେ ଗାଦି ମନ୍ଦିରର ଚାରି ଦ୍ୱାରରେ ଝାଡଦ୍ୱୀପ ପ୍ରଜ୍ୱଳନ କରାଯିବ । ଯୋରନ୍ଦା ମେଳା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପହଞ୍ଚି ସାରିଲେଣି । ବିଦେଶୀ ଭକ୍ତମାନେ ମଧ୍ୟ ଯୋରନ୍ଦା ମେଳା ବୁଲୁଛନ୍ତି । ଚଳିତ ବର୍ଷ ଯୋରନ୍ଦା ମେଳାକୁ ୧୫୦ ବର୍ଷ ପୂରଣ ହେଉଛି । ମହିମାଧର୍ମର ରୀତିନୀତି ଅନୁସାରେ ଚଳିତ ବର୍ଷ ୧୫୦ ତମ ପ୍ରଭୂ ପୂର୍ଣ୍ଣିମା ଉତ୍ସବ ପାଳନ କରାଯିବ ।

ସପ୍ତାହେ ହେଲା ଭକ୍ତମାନେ ଆସି ଆଶ୍ରମଗୁଡ଼ିକରେ ଅବସ୍ଥାନ କରିବା ଦ୍ୱାରା ମହିମା ଗାଦି ଚଳଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ଉଭୟ ବଳ୍କଳଧାରୀ ଓ କୌପୀନଧାରୀ ମହିମା ସମାଜ ମଧ୍ୟରେ ବିବାଦ କାରଣରୁ ମେଳାକୁ ନେଇ ଅନିଶ୍ଚତତା ଜାରି ରହିଥିଲା। ବିଶେଷକରି ଗାଦିମନ୍ଦିର ତୃତୀୟ ବେଢ଼ା ମଧ୍ୟରେ ଥିବା ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଟୁଙ୍ଗି, କୌପୀନଧାରୀ ମହିମା ସମାଜ ବତି ମନ୍ଦିର, ଧୁନି ମନ୍ଦିର ଓ ଭେକ ମନ୍ଦିର କୋର୍ଟଙ୍କ ରାୟ ପରେ ଭାଙ୍ଗି ଦିଆଯାଇଥିଲା ।

You May Also Like

More From Author

+ There are no comments

Add yours