ଚନ୍ଦାହାଣ୍ଡି ବ୍ଲକର ପ୍ରଥମ ଫିଜିଓଥେରାପିଷ୍ଟ ସୁଶାନ୍ତ ଦଣ୍ଡସେନାଙ୍କୁ ଚାରିଆଡୁ ଶୁଭେଚ୍ଛା

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଡାକ୍ତର ସୁଶାନ୍ତ କୁମାର ଦଣ୍ଡସେନାଙ୍କୁ ଚାରୁଆଡୁ ଶ୍ରଦ୍ଧା ଓ ଶୁଭେଚ୍ଛା ଛୁଟିଛି । ସମଗ୍ର ଅଞ୍ଚଳର ପ୍ରଥମ ଫିଜିଓ  ଥେରାଫିଷ୍ଟ ହୋଇଥିବାରୁ  ଚନ୍ଦାହାଣ୍ଡି ଅଞ୍ଚଳରେ ଜନତା ଭାରି ଖୁସି । ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଅଞ୍ଚଳରେ ଚିକିତ୍ସାକୁ ନେଇ ଅନ୍ଧବିଶ୍ୱାସ ଭରି ରହିଥିବା ,ଅନେକ ସମୟରେ ଗ୍ରାମାଞ୍ଚଳର ଲୋକେ ସେକ,ଚେଙ୍କର ସାହାର୍ଯ୍ୟ ନେଇଥାନ୍ତି । ଏତିକି ବେଳେ ଡାକ୍ତର ସୁଶାନ୍ତ କମ ଖର୍ଚ୍ଚରେ ଫିଜିଓଥେରାପି ସେବା ଯୋଗାଇବାକୁ ସ୍ଥିର କରିଛନ୍ତି । ଆଗାମୀ ଦିନରେ ପୋଷ୍ଟ ଗ୍ରାଜୁଏସନ ଡିଗ୍ରି ହାସଲ ପରେ ଚନ୍ଦାହାଣ୍ଡି ମାଟିର ସାଧାରଣ ଲୋକଙ୍କୁ ଅଧିକ ସେବା ଓ ସହଯୋଗ କରିବେ ବୋଲି କହିଛନ୍ତି, ଡାକ୍ତର ସୁଶାନ୍ତ କୁମାର ଦଣ୍ଡସେନା ।

ଛୋଟ ବେଳୁ ଖୁବ ମେଧାବୀ । 2015 ମସିହାରେ ଖମ୍ବେଶ୍ୱରୀ  ଉଚ୍ଚ ବିଦ୍ୟାଳୟ ଖଇରଭାଡ଼ିରେ ଦଶମ ପରୀକ୍ଷାରେ ସଫଳତା ହାସଲ କରିଥିଲେ । ପରେ ଭୁବନେଶ୍ୱର ନବଜ୍ୟୋତି କଲେଜରେ ଯୁକ୍ତ ଦୁଇ ପାସ କରିଥିଲେ,ସୁଶାନ୍ତ । ପରେ 2017ରେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭୁବନେଶ୍ୱରର ହାଇ-ଟେକ ମେଡିକାଲ କଲେଜରେ ଫିଜିଓଥେରାପୀରେ ନାମ ଲେଖାଇଥିଲେ ।   ଚଳିତ 2023 ମସିହାରେ ଫିଜିଓଥେରାପୀରେ ସ୍ନାତକ ସଫଳତାର ଶେଷ କଲେ । ଏବେ ଡକ୍ଟର ସୁଶାନ୍ତ ଦଣ୍ଡସେନା ,ଭବାନୀପାଟଣାର  ବରିଷ୍ଠ ଫିଜିଓଥେରାପିଷ୍ଟ ଡାକ୍ତର  ମଦନ ମୋହନ ମହାପାତ୍ରଙ୍କ ଠାରେ ନିଜର ଅଭ୍ୟାସ ଜାରି ରଖିଛନ୍ତି l   ଡାକ୍ତର ସୁଶାନ୍ତ କୁମାର ଦଣ୍ଡସେନାଙ୍କ ବାପା  ମୁନାରାମ ଦଣ୍ଡସେନା ଖମ୍ବେଶ୍ୱରୀ  ଉଚ୍ଚ ବିଦ୍ୟାଳୟରେ ହିନ୍ଦି ଶିକ୍ଷକ ଭାବେ କାର୍ଯ୍ୟରତ। ମା ଗାୟତ୍ରୀ  ଦଣ୍ଡସେନା ଜଣେ   ଗୃହିଣୀ l  ଚନ୍ଦାହାଣ୍ଡି ଅଞ୍ଚଳରେ ଫିଜିଓଥେରାପି ଚିକିତ୍ସାର ୟଥେଷ୍ଟ ଅଭାବ ରହିଥିବା ବେଳେ ଗରୀବ ଶ୍ରେଣୀର  ରୋଗୀ ମାନେ  ପ୍ରତିବର୍ଷ  ମୃତ୍ୟୁ ମୁଖରେ ପଡୁଛନ୍ତି ।  ଆଣ୍ଠୁଗଣ୍ଠି  ଦରଜ ହୋଇ ବିକଳାଙ୍ଗ ହୋଇ ପଡିବା ସହ ଅକାଳରେ ମାଡି ଆସୁଛି ବାର୍ଦ୍ଧକ୍ୟ l ଏବେ ଚନ୍ଦାହାଣ୍ଡି ଅଞ୍ଚଳରେ ଡାକ୍ତର ସୁଶାନ୍ତ .ନୂଆ ଆଶା ସୃଷ୍ଟି କରିଛନ୍ତି । ଅନ୍ଧବିଶ୍ୱାସରୁ ଚିକିତ୍ସାର ଆଲୁଅ ଆଡକୁ ଆକର୍ଷିତ ହେବାରେ ଯଥେଷ୍ଟ ଯତନ୍ବାନ ହେବେ,ଫିଜିଓଥେରାପିଷ୍ଟ ଡକ୍ଟର ସୁଶାନ୍ତ ।

ନବରଙ୍ଗପୁରରୁ  ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours