Thu. Oct 15th, 2026

ନୂଆଦିଲ୍ଲା : ମଦ ଘୋଟାଲା ଟଙ୍କାରେ ଗୋଆରେ ନିର୍ବାଚନ ପ୍ରଚାର କରିଛି ଆପ । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଭଳି ସାଂଘାତିକ ଅଭିଯୋଗ ଆପ୍ ଉପରେ ଲଗାଇଛି । କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ଏଜେନ୍ସି କହିଛି,ତଦନ୍ତ ବେଳେ ଜଣାପଡିଛି,ଏଭଳି କିଛି ସାଂଘାତିକ ତଥ୍ୟ।

ଗତବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହୋଇଥିଲା । ଯେଉଁଠାରେ କେଜ୍ରିୱାଲଙ୍କ ଦଳ ମାତ୍ର ଦୁଇଟି ଆସନରେ ବିଜୟ ଲାଭ କରିଥିଲା । ଅପରପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇଡି ଚାର୍ଜସିଟ୍‌କୁ କାଳ୍ପନିକ କହିବା ସହିତ ଏଜେନ୍ସୀର ବ୍ୟବହାର କେବଳ ସରକାର ଭାଙ୍ଗିବା ପାଇଁ ହେଉଥିବା ସେ କହିଛନ୍ତି।

ଇଡି କୁ ମିଳିଥିବା ସୂଚନା ମୁତାବକ ଆମ ଆଦମୀ ପାର୍ଟି ପାଇଁ କାର୍ଯ୍ୟ କରୁଥିବା ଭଲେଣ୍ଟିୟର୍ସ ମାନଙ୍କୁ ୭୦ ଟଙ୍କା ନଗଦ ଅର୍ଥ ପ୍ରଦାନ କରାଯାଇଥିଲା । ଇଡି ଏହା ମଧ୍ୟ କହିଛି ଯେ, ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାର କହିଛନ୍ତି ଯେ ଏଥିରେ କିଛି ଲୋକ ଜଡିତ ଅଛନ୍ତି । ଏହି ଚାର୍ଜସିଟରେ ଆହୁରି ମଧ୍ୟ କୁହାଯାଇଛି ଯେ YSRCP ସାଂସଦ ମାଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀ, ତାଙ୍କ ପୁଅ ରାଘବ ମାଗୁଣ୍ଟା, ଅରୋବିନ୍ଦ ଫାର୍ମା ନିର୍ଦ୍ଦେଶକ ପି. ସରଥ ଚନ୍ଦ୍ର ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା କାଲାଭାକୁଣ୍ଟଲାଙ୍କୁ ନେଇ ଏକ ଦଳରୁ ୧୦୦ କୋଟି ଟଙ୍କା ଲାଞ୍ଚ ଗ୍ରହଣ କରିଛନ୍ତି । ହାଇଦ୍ରାବାଦ ସ୍ଥିତ ବ୍ୟବସାୟୀ ଅଭିଷେକ ବୋଇନାପାଲ୍ଲୀ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହଯୋଗୀ ଦୀନେଶ ଆରୋରାଙ୍କ ସହ ଏହି ଟଙ୍କା ଟ୍ରାନ୍ସଫର କରିବାରେ ସହାୟକ ହୋଇଥିଲେ ବୋଲି କୁହାଯାଇଛି । ମଦ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ସରକାର ଜଡିତ ଥିବା ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତଙ୍କ ତାଲିକାରେ ଏକ୍ସାଇଜ୍ ବିଭାଗ ପରିଚାଳନା କରୁଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ସାମିଲ ହୋଇଛନ୍ତି। ମଦ ଦୁର୍ନୀତି ଅଭିଯୋଗରେ ବିଜେପି ଅଭିଯୋଗ କରିବା ପରେ ଏଲ ଜି, ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲାେ ସିବିଆଇ ପରେ ଇଡି ମଧ୍ୟ ମାମଲା ରୁଜୁ କରିଥିଲା।

ଇଡି ଏହି ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରି ଗୁରୁବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା।  ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆପ୍ ର ବିଜୟ ନାୟାର, ବ୍ୟବସାୟୀ ସାରଥ ରେଡ୍ଡୀ, ବିନୋ ବାବୁ, ଅଭିଷେକ ବୋଇନପାଲି ଏବଂ ଅମିତ ଆରୋରା ଏଥିରେ ନାମିତ ହୋଇଥିଲେ। ଚାର୍ଜସିଟରେ ମନୀଷ ସିସୋଦିଆଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇ ନାହିଁ।  ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି ବୋଲି ଇଡି କୋର୍ଟଙ୍କୁ କହିଛି। ଆପ୍ ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିଙ୍କ ଅଭିଯୋଗର ଜବାବ ଦେଇଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ କାଳ୍ପନିକ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *