
ଭାରତ ସୀମାରେ ମିଆଁମାରର ଏୟାର ଷ୍ଟ୍ରାଇକ । କ୍ଷମତା ହାସିଲ କରିବାର ୨ ବର୍ଷ ପରେ ସଶସ୍ତ୍ର ପ୍ରତିରୋଧକୁ ଦୂର କରିବା ପାଇଁ ମିଆଁମାରର ସାମରିକ ଶାସକଙ୍କ ନିର୍ଦ୍ଦେଶରେ ଭାରତ ସୀମାରେ ପଡୋଶୀ ଦେଶର ସୈନ୍ୟବାହିନୀ ଏୟାର ଷ୍ଟ୍ରାଇକ କରିଛି । ଏହା ପ୍ରଥମ ଥର ବୋଲି ନୁହେଁ । ଏହି ଆକ୍ରମଣ ଆଗରୁ ମଧ୍ୟ ହୋଇସାରିଛି । ମାନବାଧିକାର ମନିଟରିଂ ଗୋଷ୍ଠୀ କହିଛନ୍ତି ଯେ, ଏୟାର ଷ୍ଟ୍ରାଇକର ବୃଦ୍ଧି ଦେଶ ପାଇଁ ଆଦୌ ଭଲ ନୁହେଁ । ଯାହା ଧିରେ ଧିରେ ଭାରତକୁ ଦୀର୍ଘ କାଳୀନ ଗୃହ ଯୁଦ୍ଧକୁ ଠେଲି ଦେଇଛି । ଏହି ଆକ୍ରମଣ ସମୟରେ ଦେଶର ସୀମାବର୍ତୀ ତିଆଉ ନଦୀ ଉପରେ ଏକ ବୋମା ପଡିଥିଲା କିନ୍ତୁ ଏଥିରେ କୌଣସି ବଡ଼ କ୍ଷତି ହୋଇଥିବାର ସୂଚନା ନାହିଁ । କିନ୍ତୁ କେଉଁଠି ନା କେଉଁଠି ଏହା ଯୁଦ୍ଧ ପରିସ୍ଥିତିକୁ ଆହୁରି ପ୍ରଶୟ ଦେଉଛି । ତେବେ ଭାରତୀୟ ସୀମାରେ ବୋମା ପଡିବା କଥା ପ୍ରଥମେ ବ୍ରିଟିଶ ଖବର କାଗଜରେ ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ଏହାକୁ ପ୍ରକାଶିତ କରାଯାଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ଏଭଳି ପରିସ୍ଥିତିରେ ଟ୍ରକର କିଛି ଅଂଶ ଭାଙ୍ଗି ଯାଇଥିଲା । ସେପଟେ ଯଦି ଦୁଇ ଦେଶର ଦୂରତା କଥା ଯଦି ଦେଖିବା, ତେବେ ମିଆଁମାର ସହିତ ଭାରତର ମିଜୋରାମର ୧୬୨୪ କିମି ଲମ୍ବା ସୀମା ରହିଛି । ଅନ୍ୟପକ୍ଷେ ମଙ୍ଗଳବାର ଏନଜିଓ ମିଆଁମାର ୱିଟନେସ ଏବଂ ଅନ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ଯେ, ମିଆଁମାରର ସେନା ଯୁଦ୍ଧ ବିମାନ ଏବଂ ଏହାର ସହଯୋଗୀ ଋଷିଆ ଏବଂ ଚୀନ ଦ୍ୱାରା ପ୍ରଦାନ କରାଯାଇଥିବା ଯୁଦ୍ଧ ହେଲିକପ୍ଟର ଉପରେ ନିର୍ଭରଶୀଳ । ଗତ ବର୍ଷ ଜୁଲାଇରୁ ଡିସେମ୍ବର ମଧ୍ୟଭାଗରେ ହୋଇଥିବା ୧୩୫ ଏୟାରଷ୍ଟ୍ରାଇକ ଘଟଣା ସମ୍ପର୍କରେ ସଂଗଠନ ସୂଚନା ସଂଗ୍ରହ କରି ସେପ୍ଟେମ୍ବରରୁ ଏୟାର ଷ୍ଟ୍ରାଇକ ସଂଖ୍ୟା ବୃଦ୍ଧି ପାଉଥିବା ଦର୍ଶାଯାଇଥିଲା।
ରିପୋର୍ଟ ଅନୁଯାୟୀ, ମ୍ୟାନମାରର ସୈନ୍ୟବାହିନୀ ପ୍ରତିରୋଧ କ୍ଷେତ୍ରକୁ ଧରି ରଖିବା ପାଇଁ ସଂଘର୍ଷ କରୁଥିବାରୁ ଏୟାର ଷ୍ଟ୍ରାଇକ ସେମାନଙ୍କ ଆକ୍ରମଣର ଏକ ପ୍ରମୁଖ ଅଂଶ ପାଲଟିଛି। ଏଥିରେ କୁହାଯାଇଛି ଯେ ସେନା ମ୍ୟାନମାର ଲୋକଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛି। ଏହା ଘର, ବିଦ୍ୟାଳୟ ଏବଂ ପୂଜାପାଠ ସ୍ଥାନକୁ ନଷ୍ଟ କରୁଛି। ଅଣ୍ଡରଗ୍ରାଉଣ୍ଡ ସଂଗଠନ ନ୍ୟାଶନାଲ ୟୁନିଟ ଗଭର୍ନମେଣ୍ଟ ଅନୁଯାୟୀ, ଏୟାର ଷ୍ଟ୍ରାଇକରେ ୪୬୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି।