Thu. Oct 15th, 2026

ପୁଳା ଟଙ୍କାକୁ ବ୍ରାଣ୍ଡେଡ୍ ମଦ ବୋତଲ । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କୁ ଗତକାଲି ରାତିରେ ପୁଲିସ ଗିରଫ କରିଛି। ସ୍ଥାନୀୟ ସିନେମା ହଲରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ପୁଲିସ ତାଙ୍କୁ ଗିରଫ କରି ବେଲପଡା ଥାନାରେ ପଚରାଉଚରା କରୁଥିବା ସୂଚନା ମିଳିଛି। ସେଜି ସିଂ ସାଲୁଜାଙ୍କ ବିରୋଧରେ ଆଇପିସିର ଧାରା ୩୮୪, ୫୦୬, ୩୫୩ ଓ ଆର୍ମସ୍ ଆକ୍ଟ ଲଗାଯାଇଛି ।

ଗତକାଲି ସାଲୁଜାଙ୍କ ପୁଅ ସେଜି କଣ୍ଟାବାଞ୍ଜିରେ ଥିବା ‘ଆଲିସାନ’ ସିନେମା ହଲ୍କୁ ଫିଲ୍ମ ଦେଖିବା ପାଇଁ ସାଙ୍ଗମାନଙ୍କ ସହ ଯାଇଥିଲେ। କୌଣସି କାରଣ ପାଇଁ ସିନେମା ହଲ୍ ମାଲିକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏନେଇ ନେଇ ସିନେମା ହଲ୍ ମାଲିକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା। ପୁଲିସଙ୍କ ସହ ମଧ୍ୟ ସାଲୁଜାଙ୍କ ପୁଅର ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପୁଲିସ ଓ ସାଲୁଜାଙ୍କ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସାଲୁଜାଙ୍କ ପୁଅ ନିଜ ଘରକୁ ପଳାଇଥିଲେ।

ପରେ ସେହି ରାତିରେ ସିନେମା ହଲ୍ ମାଲିକ ସାଲୁଜାଙ୍କ ପୁଅଙ୍କ ନାଁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଗତକାଲି ରାତିରେ ସାଲୁଜାଙ୍କ ପୁଅକୁ ଗିରଫ କରିଥିଲା। ଏହାସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସେଜି ସିଂଙ୍କ ଜିମ୍ରେ ପୁଲିସ ଚଢ଼ାଉ କରି ନଗଦ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ବ୍ରାଣ୍ଡର ୧୭ ଲିଟର ମଦ ଜବତ କରିଛି। ସିନେମା ହଲ୍ରେ ଗଣ୍ଡଗୋଳ ବେଳର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *