Thu. Oct 15th, 2026

ସଂସଦରେ ଆର୍ଥିକ ବଜେଟ ଉପସ୍ଥାପନ ହୋଇସାରିଛି । ସବୁ କ୍ଷେତ୍ର ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି । ହେଲେ ବଜେଟ ପରି ଏକ ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରାଯାଉଥିôବା ବେଳେ କିଛି ସମୟ ପାଇଁ କୌତୁହଳପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଭାରତର ବଜେଟ ଉପସ୍ଥାପନ କରୁଥିଲେ। ଏହି ସମୟରେ ତାଙ୍କ ପାଟିରୁ ବାହାରିଥିବା ଏକ ଶବ୍ଦ ସମସ୍ତଙ୍କୁ ହସିବାକୁ ବାଧ୍ୟ କରିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନ୍ୟ ବିରୋଧୀଦଳ ନେତାମାନେ ହସ ବନ୍ଦ କରି ପାରି ନ ଥିଲେ।

ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣ ସମୟରେ ପୁରୁଣା ଗାଡି ବଦଳାଇବା କଥା କହୁଥିଲେ, ସେତେବେଳେ ଭୁଲରେ ପୁରୁଣା ରାଜନୈତିକ ବ୍ୟବସ୍ଥାକୁ ବଦଳାଇବା କଥା ତାଙ୍କ ପାଟିରୁ ବାହାରି ଆସିଲା ଏବଂ ସେ ସଙ୍ଗେ ସଙ୍ଗେ ଏହାକୁ ସୁଧାରି ନେଇ ସରି କହିଥିଲେ। ରାଜନୈତିକ ବ୍ୟବସ୍ଥା ବଦଳିବା କଥା ଶୁଣି ସମସ୍ତେ ହସିଥିଲେ।
ସୀତାରାମନ୍ କହିଛନ୍ତି, ଯାନ ବଦଳାଇବା ନୀତି, ପୁରୁଣା ଗାଡି ବଦଳାଇବା ଏକ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ୱପୂର୍ଣ୍ଣ ନୀତି, ଯାହା ପୁରୁଣା ରାଜନୈତିକ ବଦଳାଇବା ପାଇଁ କାମ କରିବ। ସରି, ଯାହା ପୁରୁଣା ପ୍ରଦୂଷିତ ଯାନ ବଦଳାଇବାରେ କାର୍ଯ୍ୟ କରିବ।

ତାଙ୍କର ଏହି ଭୁଲ ଉପରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ବିରୋଧୀ ଦଳର ନେତ୍ରୀ ସୁପ୍ରିୟା ସୁଲେ ସମେତ କୃଷି ମନ୍ତ୍ରୀ ଡିମ୍ପଲ ଯାଦବ ଏବଂ ସମସ୍ତ କମ୍ପି ହସିଥିଲେ।

Leave a Reply

Your email address will not be published. Required fields are marked *