ନବଙ୍କ ମୃତ୍ୟୁ ପରେ ସିରିଜ ସସପେଣ୍ଡ

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ନିଆଯାଇଛି କାର୍ଯାନୁଷ୍ଠାନ । ଆଇପିଏସ୍ ସ୍ତରରେ ବଡ ଅଦଳ ବଦଳ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ରାଜ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ତାଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ବ୍ରଜରାଜନଗର ଆଇଆଇସି ଓ ସବ୍ଇନ୍ସପେକ୍ଟରଙ୍କୁ ମଧ୍ୟ ବଦଳି କରାଯାଇଛି । ଆଇଆଇସି ପ୍ରଦୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ, ଏସ୍ଆଇ ଶଶିଭୂଷଣ ପୋଢଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସେପଟେ ସମ୍ବଲପୁରରେ ଇନ୍ସପେକ୍ଟର ଥିବା ଧବଳେଶ୍ୱର ସାହୁଙ୍କୁ ବ୍ରଜରାଜନଗରର ନୂଆ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ଝାରସୁଗୁଡା ଏସ୍ପି ଓ ବ୍ରଜରାଜନଗର ଏସ୍ଡିପିଓଙ୍କୁ ମଧ୍ୟ ବଦଳି କରାଯାଇଥିଲା । ଝାରସୁଗୁଡାର ଏସପି ରାହୁଲ ଜୈନଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ, ତାଙ୍କ ସ୍ଥାନରେ ବରଗଡ ଏସ୍ପି ପରମାର ସ୍ମିତଙ୍କୁ ଝାରସୁଗୁଡା ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି ବୌଦ୍ଧର ଏସପି ପ୍ରହଲ୍ଲାଦ ସହାୟଙ୍କୁ ବରଗଡ ବଦଳି ହୋଇଥିବା ବେଳେ ରାୟଗଡାର ଅତିରିକ୍ତ ଏସପିଙ୍କୁ ବୌଦ୍ଧରେ ନୂଆ ନିଯୁକ୍ତି ମିଳିଛି । ସେହିପରି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏସ୍ଡିପିଓ ଚିନ୍ତାମଣୀ ପ୍ରଧାନଙ୍କୁ ବ୍ରଜରାଜନଗରର ନୂତନ ଦାୟିତ୍ୱ ମିଳିଛି ।
ସେପଟେ ନବ ଦାସଙ୍କ ମୃତ୍ୟୁରେ କ୍ରାଇମବ୍ରାଂଚର ତଦନ୍ତକୁ ନେଇ ଆଶଙ୍କା ପ୍ରକାଶ କରିଛି କଂଗ୍ରେସ । ଘଟଣା ପଛରେ ରହିଛି ଗଭୀର ଷଡଯନ୍ତ୍ର । ଟପ୍ ଲେବଲ୍ ଲୋକ ଏଥିରେ ସାମିଲ ଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।
ବାଇଟ- ସୁର ରାଉତରାୟ, ଜଟଣୀ ବିଧାୟକ
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ୨୯ ତାରିଖ ଦିନ ପ୍ରାୟ ସାଢେ ୧୨ ଟାରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ । କାର୍ଯ୍ୟକ୍ରମସ୍ଥଳେ ପଂହଚିବା କ୍ଷଣି ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏ୍ସଆଇ ଗୋପାଳକୃଷ୍ଣ ଦାସ ତାଙ୍କୁ ଗୁଳି କରିଥିଲେ । ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ତଳେ ପଡିଯାଇଥିଲେ ।ନବଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳକୃଷ୍ଣଙ୍କୁ ଗିରଫ କରିଛି ପୁଲିସ । ତେବେ ଗୋପାଳ ଏମିତି କାଣ୍ଡ କାହିଁକି କଲେ? ତାଙ୍କ ଉପରେ ଏମିତି କିଛି ଚାପ ଥିଲା କି, ଯାହାଦ୍ୱାରା ସେ ଏଭଳି ଏକ ଭୟାନକ ପଦକ୍ଷେପ ନେଲେ? ଏହା ପଛରେ ଆଉ କାହାର ଷଡଯନ୍ତ୍ର ରହିଛି କି? ପୋଲିସକୁ ହାତ ବାରିସ କରି ଆଉ କିଏ ମାରିଛି କି ମନ୍ତ୍ରୀଙ୍କୁ? ସାଧାରଣରେ ଏମିତି ଅନେକ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ଏଯାଏଁ ଏହାର ଉତର ମିଳି ନାହିଁ । ନବ ଦାସଙ୍କ ହତ୍ୟା ରହସ୍ୟ ୩ ଦିନ ପରେ ବି ଅନ୍ଧାରରେ ପୂରା ରାଜ୍ୟ ।

You May Also Like

More From Author

+ There are no comments

Add yours