ମୁଣ୍ଡପିଛା ଆୟ ଦୁଇ ଗୁଣା ହେଲା

ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌ । ବିଶ୍ୱରେ ଏବେ ଭାରତ ପଂଚମ ବୃହତମ ଅର୍ଥନୀତି ପାଲଟିଥିବାବେଳେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ମୁଣ୍ଡପିଛା ଆୟ ବୃଦ୍ଧି ପାଇ ୧.୯୭ ଲକ୍ଷ ଟଙ୍କାରେ ପହଁଚି ପାରିଛି । ଦେଶର ଷଷ୍ଠ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମନ ଲଗାତର ପଂଚମ ଥର ପାଇଁ ବଜେଟ ଉପସ୍ଥାପିତ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ନିର୍ମଳାଙ୍କ ପୂର୍ବରୁ ମନମୋହନ ସିଂ, ମୋରାରଜୀ ଦେଶାଇ, ଯଶୱନ୍ତ ସିହ୍ନା, ପି. ଚିଦାମ୍ବରମ ଓ ଅରୁଣ ଜେଟଲୀ ହିଁ ଲଗାତର ୫ଥର ବଜେଟ ଉପସ୍ଥାପନ କରିଥିଲେ । ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ । ୨୦୨୪ରେ ନିର୍ବାଚନ ଥିବାରୁ ଏହି ବଜେଟରେ ନିର୍ବାଚନୀ ଛୁଙ୍କ ବେଶ ବାରି ହୋଇପଡ଼ିଛି ।
ବଜେଟ ଅଭିଭାଷଣ ଆରମ୍ଭ କରି ନିର୍ମଳା କହିଥିଲେଯେ, ମହାମାରୀ ସତ୍ୱେ ଦେଶର ଅର୍ଥନୀତି ସଠିକ ଦିଗରେ ଯାଇଥିବାବେଳେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି । ବିଶ୍ୱରେ ଏବେ ଭାରତ ପଞ୍ଚମ ବୃହତମ ଅର୍ଥନୀତିରେ ପରିଗଣିତ ହୋଇଛି । ମୁଣ୍ଡ ପିଛା ଆୟ ଦୁଇଗୁଣା ହୋଇ ୧.୯୭ ଲକ୍ଷ ଟଙ୍କା ହୋଇପାରିଛି । ଅନ୍ୟ ବୃହତମ ଅର୍ଥନୀତି ତୁଳନାରେ ଭାରତର ଅଭିବୃଦ୍ଧି ହାର ସର୍ବାଧିକ ୭% ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ସୀତାରମନ୍‌ ଆକଳନ କରିଛନ୍ତି ।

You May Also Like

More From Author

+ There are no comments

Add yours