Thu. Oct 15th, 2026

ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଣିପଞ୍ଚାୟତର ଶୁଭାରମ୍ଭ ହୋଇଛି l ଏହି ଅବସରରେ ଅତିରକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ଯୋଗଦାନ କରି ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ l ଏହି ପାଣି ପଞ୍ଚାୟତ ରଥ ପରିକ୍ରମାର ମୁଖ୍ୟ ଉଦ୍ଦେଶ୍ୟ , ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ପାଣି ପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘ ସ୍ଥାୟୀ କରିବା । ଚାଷୀମାନଙ୍କୁ ସମାନ ପରିମାଣରେ ଜଳ ସେଚନର ସୁବ୍ୟବସ୍ଥା, ସୁପରିଚାଳନା, ସୁବଣ୍ଟନ ଓ ସଚେତନ କରାଇବା ,ଏହାର ପ୍ରାଥମିକ ଉଦ୍ଦେଶ୍ୟ ।  ପାଣି ପଞ୍ଚାୟତ ରଥ ରାୟଗଡା ଜିଲ୍ଲାପାଳଙ୍କରୁ ବାହାରି ଜିଲ୍ଲାରେ ଥିବା ୧୧ଗୋଟି ପଞ୍ଚାୟତ ସମିତିରେ ଥିବା ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ ଓ ଅନ୍ୟାନ୍ୟ ଜଳ ପ୍ରକଳ୍ପକୁ ୭ ତାରିଖ ପର୍ଯ୍ୟନ୍ତ ଭ୍ରମଣ କରିବ । ଫେବଡଆରୀ ୮ ତାରିଖ ଦିନ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷରୁ ଏହା ଉଦଯାପିତ ହେବ । ଏହି ରଥ ପରିକ୍ରମା ସମୟରେ ପ୍ରକଳ୍ପରେ ସାମିଲ ଥିବା ପାଣି ପଞ୍ଚାୟତର କର୍ମକର୍ତ୍ତା ତଥା ଚାଷୀ ଉପସ୍ଥିତ ରହି ପାଣି ପଞ୍ଚାୟତ ଯୋଜନାକୁ ସୁଦୃଢ କରିବେ । ଏହି କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ତଥା ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ବିଭାଜନ, ରାୟଗଡା, ଜଳବିଭାଜିକା ମିଶନର ନିର୍ଦ୍ଦେଶକ ଦୟାନିଧି ବାଘ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତ ରାୟ, କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ ଚରଣ ନାୟକ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l

Leave a Reply

Your email address will not be published. Required fields are marked *