ପୁରାତନ ଛାତ୍ର ଆଲୁମିନି ଗଠନ ପାଇଁ  ଗୋଦାବରୀଶ ମହାବିଦ୍ୟାଳୟର ପ୍ରସ୍ତୁତି ବେଠକ

ଖୋର୍ଦ୍ଧା ଜିଲ୍ଲା ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ ଏକ ପୁରାତନ ଶିକ୍ଷା ଅନୁଷ୍ଠାନ । ୧୯୬୩ ମସିହାରେ ଏହାର ପ୍ରତିଷ୍ଠା ହୋଇଥିଲା । ଅଂଚଳର ଏକ ପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ମାନ୍ୟତାରେ ଅଗ୍ରଗତି ନାହିଁ । ନାକ୍ ର ନିର୍ଦ୍ଦେଶ କ୍ରମେ ଯେ କୌଣସି ଶିକ୍ଷା ଅନୁଷ୍ଠାନରେ ଉନ୍ନତିପାଇଁ ନୂତନ ନୀତି ଅନୁସାରେ ପୁରାତନ ଛାତ୍ର ଆଲୁମିନି ଗଠନ ଜରିଆରେ କଲେଜ ଉନ୍ନତି କରାଯାଇପାରିବ । ଆଗାମୀ ସମୟରେ ନାକ୍ ପରିଦର୍ଶନ ପାଇଁ ଆସିବାକୁ ଥିବା ବେଳେ, କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଦେଖାଯାଇଛି ତତ୍ପରତା । ସେଥିପାଇଁ ପୂର୍ବ ପ୍ରସ୍ତୁତି ପାଇଁ ଆଜି ମଧ୍ୟାହ୍ନରେ ମହାବିଦ୍ୟାଳୟ ମିଟିଂ ହଲରେ ନିମନ୍ତ୍ରିତ ସାମ୍ବାଦିକ, କଲେଜର ଅଧ୍ୟାପକ ଅଧ୍ୟାପିକା,ଅଣ ଶିକ୍ଷକ କର୍ମଚାରୀ ଓ କିଛି ପୁରାତନ ଛାତ୍ର ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତାଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ଆଲୋଚନାରେ ଭାଗନେଇଥିବା ସଦସ୍ୟ ମତାମତ ଅନୁସାରେ ଏକ ଅସ୍ଥାୟୀ କମିଟି ଗଠନ କରାଯିବା ନେଇ ସ୍ଥିର ହୋଇଛି । ଆଗାମୀ ଦିନରେ କିଭଳି ଭାବେ ପୁରାତନ ଛାତ୍ର ଏକତ୍ରିତ ହୋଇପାରିବେ ସେଥିପାଇଁ ସମନ୍ୱୟ କମିଟି ସମ୍ପୁର୍ଣ୍ଣ ଦାୟୀତ୍ୱ ନେଇ ଆୟୋଜନ କରିବା ନିହାତି ଆବଶ୍ୟକ । ମାର୍ଚ ମାସରେ +୨ ପରୀକ୍ଷା ପାଇଁ ହବ ସେଣ୍ଟର ହେଉଥିବାରୁ ଆଲୁମିନି ଗଠନ କରିବା ସେ ସମୟରେ ସମ୍ଭବ ନୁହେଁ । ତେଣୁ ଏହି ଆଲୁମିନି ବୈଠକ ଆଗାମୀ ଏପ୍ରିଲ ମାସ ୨ତାରିଖ କୁ ରଖାଯିବାକୁ ନିଷ୍ପତି ନିଆଗଲା । ବୈଠକରେ ସମସ୍ୟା କିଭଳି ସମାଧାନ ହେବ ସେ ନେଇ ଆଲୋଚନା କରାଯିବ। ଆଲୋଚନାରେ ଉକ୍ତ ମହା ବିଦ୍ୟାଳୟ କିପରି ସ୍ୱୟଂ ଚାଳିତ କଲେଜ ହେବ, +୩ ବାଣିଜ୍ୟ ବିଭାଗ ପାଠ୍ୟକ୍ରମ ଖୋଲାଯିବ, ଓ ଏହାର ସାମୁହିକ ବିକାଶ ହୋଇ ପାରିବ ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏହି ସଂଗଠନରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସାମିଲ ନିହାତି ଆବଶ୍ୟକ ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହୋତା ଜଣେ ଦକ୍ଷ ପ୍ରଶାସକ, ଯେ କି କଲେଜକୁ ଆସିବା ପରେ ସେ ସଂନ୍ଧ୍ୟାରୁ ରାତ୍ରି ୧୧ଟା ପର୍ଯ୍ୟନ୍ତ ଛାତ୍ର ,ଅଭିଭାବକ, ଓ ବୁଦ୍ଧିଜୀବୀ ମାନଙ୍କ ସହ କଲେଜ ଉନ୍ନତି ସମ୍ୱନ୍ଧରେ ଆଲୋଚନା କରି ଗାଁକୁ ଗାଁ ବୁଲୁଥିବାରୁ ସମଗ୍ର ଅଂଚଳରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଅନ୍ୟପଟେ ଏହାକୁ ଅତ୍ୟନ୍ତ ସରସ ସୁନ୍ଦର କରିଥିଲେ ଅଧ୍ୟାପକ ଲକ୍ଷ୍ମୀକାନ୍ତ ମିଶ୍ର, ଅଧ୍ୟାପକ ଏସପି ଏନ୍ ଏସ ବର୍ମା, ଅଧ୍ୟାପିକା ଏସ ମିଶ୍ର ।

You May Also Like

More From Author

+ There are no comments

Add yours