ଅଦାନୀ ଗ୍ରୁପକୁ ବଡ ଝଟକା, ବର୍ତ୍ତମାନ ସୁଦ୍ଧା ୩.୪ ଲକ୍ଷ କୋଟିର କ୍ଷତି ।

ଶବ୍ଦ ଓଡିଶା ବ୍ୟୁରୋ: ଅଦାନୀ ଗ୍ରୁପକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଚାଲିଛି । ହିଣ୍ଡନବର୍ଗର ରିପୋର୍ଟ ପରେ ବୁଧବାର ୮ ପ୍ରତିଶତ କ୍ଷତିର ସାମ୍ନା କରିଛି ଗ୍ରୁପ । ଅଦାନୀ ଗ୍ରୁପର ୯ଟି ତାଲିକାଭୁକ୍ତ କମ୍ପାନୀର ସେୟାର ହ୍ରାସ ପାଇବାରେ ଲାଗିଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ପାଖପାଖି ୩.୪ ଲକ୍ଷ କୋଟିର କ୍ଷତି ସହିସାରିଲାଣି କମ୍ପାନୀ ।
ଶୁକ୍ରବାର ପୂରା ବଜାରରେ ଥିବା ପୁଞ୍ଜିରେ ୧୮.୫ ପ୍ରତିଶତର ହ୍ରାସ ହୋଇଛି । ମଙ୍ଗଳବାର ବଜାର ସମାପନ ପରଠାରୁ ଅଦାନୀ ସମୂହର ପୁଞ୍ଜିରେ ୪.୨ ଲକ୍ଷ କୋଟିର ହ୍ରାସ ଦେଖିବାକୁ ମିଳିସାରିଛି । ଶୁକ୍ରବାର ଅପରାହ୍ନ ୩ଟା ସୁଦ୍ଧା ଅଦାନୀ ସମୂହର ୯ଟି ସୂଚୀତ କମ୍ପାନୀର ସେୟାରରେ ହ୍ରାସ ଦେଖିବାକୁ ମିଳିଛି । ୪ଟି କମ୍ପାନୀରେ ବିଶେଷ ହ୍ରାସ ଦେଖିବାକୁ ମିଳିଛି । ସେହିଭଳି ଅଦାନୀ ଟ୍ରାନସମିଶନ, ଅଦାନୀ ଏବଂ ଅଦାନୀ ଟୋଟାଲ ଗ୍ୟାସର ସେୟାର ୨୦-୨୦ ପ୍ରତିଶତ ତଳକୁ ଖସିଛି । ଅଦାନୀ ଗ୍ରୀନ ଏନର୍ଜି ଏବଂ ଅଦାନୀ ଏଣ୍ଟରପ୍ରାଇଜେସରେ ଏହାର ସ୍ଥିତି ୧୯.୯ ଏବଂ ୧୯.୩ ପ୍ରତିଶତ ତଳକୁ ଖସିଆସିଛି । ଅଦାନୀ ପୋର୍ଟରେ ସେୟାର -୧୭.୭ ପ୍ରତିଶତ ଥିବା ବେଳେ ଅମ୍ବୁଜା ସିମେଣ୍ଟର ସେୟାର-୧୭.୩ ପ୍ରତିଶତ, ଏସିସି ସିମେଣ୍ଟର ସେୟାର ମୂଲ୍ୟ -୧୪.୩ ପ୍ରତିଶତ ତଳକୁ ଖସିଆସିଛି । ଅଦାନୀ ପାୱାର ଏବଂ ଅଦାନୀ ୱିଲମରର ସେୟାରରେ ମଧ୍ୟ ବ୍ୟାପକ କ୍ଷତି ଦେଖିବାକୁ ମିଳିଛି । ଉଭୟ କମ୍ପାନୀରେ ୫ ପ୍ରତିଶତର କ୍ଷତି ଦେଖିବାକୁ ମିଳିଛି ।
ଶୁକ୍ରବାର ସେୟାରରେ ବଡ କ୍ଷତିର ସାମ୍ନା କରିଛି ଅଦାନୀ ଗ୍ରୁପ । ତେବେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ହିଣ୍ଡନବର୍ଗ ରିସର୍ଚ୍ଚ ବିରୋଧରେ କମ୍ପାନୀ ମକଦ୍ଦମା ରୁଜୁ କରିବ । କମ୍ପାନୀର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରିପୋର୍ଟ ପ୍ରସ୍ତୁତ କାରଣରୁ ଏହି ସ୍ଥିତି ସୃଷ୍ଟି ହୋଇଛି । ଗତ ୧୦ ବର୍ଷ ଧରି କମ୍ପାନୀ ଦାୟିତ୍ୱପୂର୍ଣ୍ଣ ଭାବେ କାମ କରୁଥିଲା କିନ୍ତ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଥିଲା ଯେ ଷ୍ଟକରେ ଅଦଳବଦଳ ଏବଂ ଯୋଜନାବଦ୍ଧ ଭାବେ କମ୍ପାନୀ ବ୍ୟାପକ ଧୋକା କରିଛି ।
ଅଦାନୀ ଗ୍ରୁପ ପକ୍ଷରୁ କୁହାଯାଇଛି ଯେ ଆମେ ହିଣ୍ଡନବର୍ଗ ରିସର୍ଚ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ । ଉଭୟ ଆମେରିକା ଏବଂ ଭାରତୀୟ ଆଇନ ଅନୁସାରେ ପଦକ୍ଷେପ ନେବା ପାଇଁ ଚିନ୍ତା କରୁଛୁ ।
ତେବେ ଆଇନଗତ ଧମକର ଜବାବ ରଖିଛି ହିଣ୍ଡନବର୍ଗ ରିସର୍ଚ୍ଚ । କମ୍ପାନୀ କହିଛି ଆମେ ଆମେ ରିପୋର୍ଟ ଉପରେ କାଏମ ରହିଛୁ । ଏହିଭଳି ଆଇନଗତ ପଦକ୍ଷେପ ଅର୍ଥହୀନ । ଯଦି ଅଦାନୀ ଏଭଳି ସ୍ଥିତିକୁ ନେଇ ଗମ୍ଭୀର ଅଛନ୍ତି ତେବେ ଆମେରିକାରେ ମକଦ୍ଦମା ଦାଏର କରିବା ଦରକାର ବୋଲି କୁହାଯାଇଛି । ଆମ ପାଖରେ ସମସ୍ତ ଦସ୍ତାବିଜ ଥିବା ମଧ୍ୟ ହିଣ୍ଡନବର୍ଗ ରିସର୍ଚ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛିା

You May Also Like

More From Author

+ There are no comments

Add yours