Thu. Oct 15th, 2026

ବାଣପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କ ନାଁ କୁ ଆବାସ ଯୋଜନା ଲିଷ୍ଟରୁ କାଟି ଅଯୋଗ୍ୟ ଲୋକଙ୍କୁ ଲିଷ୍ଟରେ ରଖିଥିବା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଓ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ନରେନ୍ଦ୍ରପୁର ଗ୍ରାମ ପଂଚାୟତର ସମିତି ସଭ୍ୟ କନ୍ଦର୍ପ ଜେନା ଓ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀମାନେ ଏକାଠି ହୋଇ ବାଣପୁର ବିଡିଓଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି । ଆଗାମୀ ୭ ଦିନ ଭିତରେ ଯୋଗ୍ୟ ହିତାଧିକାରୀ ଚୟନ କରି ଆବାସ ପାଇବା ବ୍ୟବସ୍ଥା ନକଲେ ବ୍ଲକର ସବୁ କାମ ଠପ୍ କରିବାକୁ ଦାବୀ କରିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କ ସହ ବାମନ ଚରଣ ଦାସ, ଜିତେନ୍ଦ୍ର ଭୋଳ, ଆଦି ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
ସାରାରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଯୋଗ୍ୟ ଲୋକ ଙ୍କ ନାଁ କୁ ଲିଷ୍ଟରୁ କାଟି ଅଯୋଗ୍ୟ ଲୋକଙ୍କୁ ଲିଷ୍ଟରେ ରଖିଥିବା ଅଭିଯୋଗରେ ବିଡ଼ିଓ ଙ୍କୁ ଲୋକେ ଅବଗତ କରିଛନ୍ତି । ଅନ୍ୟପଟେ ଏଥିରେ ରାଜନୈତିକ ଉଦ୍ଦେଶ୍ୟ ଥାଇ,ହିତାଧିକାରୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି ।
2016 – 17 ମସିହାରେ 18ଲକ୍ଷ ଘର କେନ୍ଦ୍ର ସରକାର ଦେଇଥିଲେ,ସେ ଘର ଓଡିଶାର ଲୋକେ ପାଇଲେନି । କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ କହିଲେ । ତେବେ ତାଲିକା ପ୍ରସ୍ତୁତ ହୋଇପାରିଲାନି । ବିଧାନସଭାରେ ସରକାର ସ୍ୱୀକାର କରିଥିଲେ, 27ଲକ୍ଷ ଘର ହୋଇଗଲେ ଓଡିଶା ର ସବୁ ଗରିବ ଲୋକ ଘର ପାଇଯିବେ । 27ଲକ୍ଷ 59ହଜାର ଘର ଆସିବା ପରେ ମଧ୍ୟ ଗରିବ ଲୋକଙ୍କ ପାଖରେ ଘର ପହଞ୍ଚେଇପାରିଲନି । ହାଉସିଂ କ୍ଷେତ୍ରରେ କୌଣସି ପ୍ରକାରର ପରିବର୍ତ୍ତନ ନାହିଁ । ରାଜ୍ୟ ସରକାର ମିଛ କହିବା ବନ୍ଦ କରନ୍ତୁ ବୋଲି କହିବା ସହ ସରକାର ଲୋକଙ୍କୁ ଘର ଯୋଗାଇବାକୁ ଦାବୀ କରିଛନ୍ତି ବାଣପୁର ଅଞ୍ଚଳର ବିଜେପି କର୍ମକର୍ତ୍ତା ।

Leave a Reply

Your email address will not be published. Required fields are marked *