ଶବ୍ଦ ଓଡିଶା ବ୍ୟୁରୋ: ବିଜେପି ଛାଡିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଆଜି ଏନେଇ ସେ ଘୋଷଣା କରିପାରନ୍ତି । ତାଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପିରୁ ଇସ୍ତଫା ଦେଇପାରନ୍ତି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସେ ଘୋଷଣା କରିପାରନ୍ତି । ଉଭୟ କେସିଆରଙ୍କ ଭାରତ ରାଷ୍ଚ୍ର ସମିତି ବା ବିଆରଏସରେ ଯୋଗଦେଇପାରନ୍ତି । ୨୭ ତାରିଖରେ କେସିଆରଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ନେଇ ସୂଚନା ମିଳିଛି ।
ସେପଟେ ଜୟରାମ ପାଙ୍ଗୀ ମଧ୍ୟ ୨୭ ତାରିଖରେ ବିଆରଏସରେ ସାମିଲ ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ଦୀର୍ଘ ୪୦ ବର୍ଷ ହେବ ସେ କୋରାପୁଟ ଜିଲ୍ଲାରେ ଅଣକଂଗ୍ରେସ ଆଦିବାସୀ ନେତା ଭାବେ ମଙ୍ଗ ଧରିଥିଲେ । ୧୦ ଦିନ ତଳେ ସମସ୍ତେ କେସିଆରଙ୍କୁ ଭେଟିବା ପରେ ଏହି ଆକାଳନ ଜୋରଦାର ହୋଇଥିଲା । ବର୍ତ୍ତମାନ ଏହା ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି ।
+ There are no comments
Add yours