ଆଜାଦ୍ ହିନ୍ଦ ଆସୋସିଏନ ତରଫରୁ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ରାୟଗଡା ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ 126 ତମ ଜନ୍ମ ଦିବସ ସ୍ଥାନୀୟ ଆଜାଦ ହିନ୍ଦ ଆସୋସିଏସନ ତରଫରୁ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି l 23 ତାରିଖ ସକାଳୁ ଆଜାଦ ହିନ୍ଦ ଆସୋସିଏସନ ର ଉପଦେଷ୍ଟା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ N. ଭାସ୍କର ରାଓ ପ୍ରଦୀପ ପ୍ରଜ୍ୟୋଳନ କରି ନେତାଜୀଙ୍କ ପ୍ରତିମୂର୍ତ୍ତ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଆସୋସିଏସନ ର ସମ୍ପାଦକ ଶ୍ରୀ ବିନାୟକ କର ଙ୍କ ସହସଭାପତି ଓ ଅନେକ ସଦସ୍ୟ, ସଦସ୍ୟା, ବିଭିନ୍ନ ସ୍କୁଲ ର ଛାତ୍ର, ଛାତ୍ରୀ, ସହରର ବୁଦ୍ଧିଜୀବୀ ଗଣ ଓ ସାମ୍ବାଦିକ ଉପସ୍ଥିତ ଥିଲେ l ଦିନତମାମ ଅନେକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ସନ୍ଧ୍ୟା ରେ ଆସୋସିଏସନ ର ସ୍ମରଣିକା ଓ ଅଧ୍ୟାପିକା ଶ୍ରୀମତୀ ରାଜଲକ୍ଷ୍ମୀ ଦେବୀଙ୍କ ଲିଖିତ ସ୍ୱପ୍ନାମୟୀ ନାୟିକା ପୁସ୍ତକ ଉନ୍ମୋଚନ କରାଯାଇଥଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜିଲ୍ଲା ଆରକ୍ଷୀ ଅଧୀରଖି ଶ୍ରୀ ବିବେକାନନ୍ଦ ଶର୍ମା, ଶ୍ରୀ N. ଭାସ୍କର ରାଓ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ,ହାଇକୋର୍ଟ ର ବରିଷ୍ଟ ଆଇନଜୀବୀ ଶ୍ରୀ ବିଭୁ ପ୍ରସାଦ ତ୍ରିପାଠୀ ଓ Retd.ପ୍ରଫେସଏର ଡକ୍ଟର ଶ୍ରୀ ଦୁଷ୍ମନ୍ତ ମହାନ୍ତି ମଞ୍ଚାସିନ ଥିଲେ l ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ମ୍ୟୁଜିକ ଗ୍ୟାଲେକ୍ସି ର ଛାତ୍ର, ଛାତ୍ରୀ ମାନେ ସଂଗୀତ ପରିବେଷଣ କରିଥିଲେ ଓ ଉପସ୍ଥାପିକା ଶ୍ରୀମତୀ ବିଦିଶା ନାୟକ ମଞ୍ଚ ପରିଚାଳନା କରିଥିଲେ l ରାୟଗଡା ର ଗାନ୍ଧିବାଦୀ ବ୍ୟକ୍ତି ଶ୍ରୀ ଜୟରାମ ଜେନା ଙ୍କ ବିୟୋଗରେ 1 ମିନଟ ନିରବ ପ୍ରାଥନା କରାଯାଇଥିଲା l 24 ତାରିଖ ସନ୍ଧ୍ୟା ରେ ଆଗଧାଡିର ପ୍ରସିଦ୍ଧ ଓଡ଼ିଆ ଗାୟକ ହୁମାନ ସାଗର ଓ ଗ୍ରୁପ ସଂଗୀତ ପରିବେଶ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ବହୁ ସଂଖ୍ୟରେ ଜନସାଧାରଣ ଯୋଗଦେଇ ଉପଭୋଗ କରିଥିଲେ l

You May Also Like

More From Author

+ There are no comments

Add yours