“ବନ୍ଦେ ଉତ୍କଳ ଜନନୀ ” ନୂଆ ଭିଡିଓ ଆଲବମର ଶୁଭ ଉନ୍ମୋଚନ

ନୂତନ ଭିଡିଓ ଆଲବମ “ବନ୍ଦେ ଉତ୍କଳ ଜନନୀ ” ର ଶୁଭ ଉନ୍ମୋଚନ ହୋଇଛି । ଆଦିତ୍ୟ ବିରଳା ପବ୍ଲିକ ସ୍କୁଲ, ରାୟଗଡାର ପ୍ରଧାନ ଅଧ୍ୟାପିକା ସୁଶ୍ରୀ ରିଙ୍କୁ ବାନାର୍ଜୀ, ଓଡିଶାର ପୂର୍ବ ଗୌରବ ଓ ବର୍ତ୍ତମାନର ପରିସ୍ଥିତିକୁ ନେଇ ପ୍ରସ୍ତୁତ କରାଯାଇଥିବା ଭିଡିଓ ଆଲବମ “ବନ୍ଦେ ଉତ୍କଳ ଜନନୀ ” ଶୁଭ ଉନ୍ମୋଚନ କରିଛନ୍ତି । ଏହାର ଗୀତ ରଚନା ବରିଷ୍ଠ ଗୁରୁ ଆକାଶବାଣୀ ଓ ଦୂରଦର୍ଶନର ବି-ହାଇଗ୍ରେଡ଼ର ଗାୟକ ଶ୍ରୀ ଲକ୍ଷ୍ମୀନାରାୟଣ ବେହେରା କରିଥିବା ବେଳେ ସ୍ୱର ସଂଯୋଜନା ଓ ପରିଚାଳନା କରିଛନ୍ତି ତାଙ୍କରି ଶିଷ୍ୟ ତଥା ଓଡ଼ିଶାର ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ଶ୍ରୀ ଧୀରାଜ ମହାନ୍ତି । ଏହାର ପ୍ରଯୋଜନା ସ୍ୱର୍ଗତଃ ପ୍ଲାବନ ରାଏ(ଟୁଲୁ) କରିଥିବା ବେଳେ କଣ୍ଠଦାନ କରିଛନ୍ତି ଏହି ଅଞ୍ଚଳର ସୁନାମଧନ୍ୟ ଗାୟିକା ସ୍ନେହାସ୍ଵପ୍ନା ଦାଶ, ମାନସୀ ସାଇ ଏବଂ ଓଲିଉଡ଼ର ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁଶ୍ରୀ ଅନ୍ତରା ଚକ୍ରବର୍ତ୍ତୀ ଓ ସୁଶ୍ରୀ ଅର୍ପିତା ଚୌଧୁରୀ । ଏହି ଆଲବମଟିକୁ ପ୍ରସ୍ତୁତ କରିବାରେ ବିଶେଷ ଭୂମିକା ନେଇଥିବା ଶବ୍ଦ ମିଡିଆର ରାୟଗଡା ପ୍ରତିନିଧି ଅଜୀତେଶ ପଟ୍ଟନାୟକ ଏବଂ କୁମାର ଅନିଲ (ସଂଗୀତ ନିର୍ଦ୍ଦେଶକ)ଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି । ଟୁଲୁ ଟୁଲୁ ପ୍ରଡକ୍ସନ ହାଉସ ତରଫରୁ. ଏହି ଆଲବମଟି ଗଣତନ୍ତ୍ର ଦିବସ ରେ ଇ-ନିୟୁଜ ଓଡ଼ିଆ ଚାନେଲ ଦ୍ୱାରା ପ୍ରସାରିତ ହେବ । ଏହା ସମସ୍ତଙ୍କ ଦ୍ୱାରା ଆଦୃତ ହବ ବୋଲି ଦୃଢ ବିଶ୍ୱାସ ରଖିଛନ୍ତି ପ୍ରଡକ୍ସନ ହାଉସର ସମସ୍ତ କର୍ମକର୍ତ୍ତା l

You May Also Like

More From Author

+ There are no comments

Add yours