ବାଲୁଗାଁ ଭେଙ୍କେଟେଶ୍ୱର ସ୍କୁଲରେ ୧୦ମ ବାର୍ଷିକ ବିଜ୍ଞାନ ମେଳା ପାଳିତ

ବାଣପୁର: ଚିଲିକା ବ୍ଲକ ର ବାଲୁଗାଁ ଏନ ଏଚ କଡରେ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ପାଳିତ ହୋଇଛି ୧୦ମ ବାର୍ଷିକ ବିଜ୍ଞାନ ମେଳା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୯୪ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏବିଡିଓ ବୈକୁଣ୍ଠ ପାଇକରାୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଚିଲିକା ବ୍ଲକ ସିଆରସିି ପାଣ୍ଡବ ବିଶ୍ୱାଳ, ଅଧ୍ୟକ୍ଷ ରାମଚନ୍ଦ୍ର ଶାସମଲ, ପରିଚାଳନା କମିଟିର ସଭାପତି ରଞ୍ଜିତ କୁମାର ପ୍ରଧାନ , ସମ୍ପାଦକ ଶ୍ରୀମତୀ ସସ୍ମିତା ପ୍ରଧାନ, ଉଦଘାଟନ ଉତ୍ସବ ରେ ଉପସ୍ଥିତ ଥିଲେ l ଏହି ବିଜ୍ଞାନ ମେଳାରେ ପିଲାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ପ୍ରକଳ୍ପ ଦେଖିବାପାଇଁ ଭେଙ୍କଟେଶ୍ୱର ସ୍କୁଲ ପିଲାମାନଙ୍କ ଅଭିଭାବକ ମାନଙ୍କର ଉତ୍ସାହ ଓ ଭିଡ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଭେଙ୍କଟେଶ୍ୱର ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗରେ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବରେ ପରିସମାପ୍ତି ହୋଇଥିଲା ଏହି ବିଜ୍ଞାନ ମେଳା l

You May Also Like

More From Author

+ There are no comments

Add yours