ଆବାସ ଅନିୟମିତତା, ରାଜ୍ୟର ୩୧୪ ବ୍ଲକ ଘେରାଉ କରିବ ବିଜେପି ।

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆବାସକୁ ନେଇ ଜୋରଦାର ବିରୋଧ ଜାରିରହିଛି । ଚଳିତ ଥର ଆବାସ ଯୋଜନାରେ ୯ଲକ୍ଷରୁ ଅଧିକ ଲୋକଙ୍କ ତାଲିକା ପ୍ରକାଶ ପାଇଥିଲେ ବି ଅନେକ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିଛନ୍ତି । ବଢୁଥିବା ଅସନ୍ତୋଷ ଭିତରେ ଗାଁ ଗାଁରେ ଲୋକେ ଚେତାବନୀ ଦେବା ଆରମ୍ଭ କରିଦେଇଛନ୍ତି । ତେବେ ବିଜେପି ଏହାକୁ ପ୍ରସଙ୍ଗ କରି ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।
ଦଳ କହିଛି, ପ୍ରାୟ ୨ ଲକ୍ଷ ହିତାଧିକାରୀଙ୍କ ନାଁ ସରକାର ଚଞ୍ଚକତା କରି କାଟିଦେଇଛନ୍ତି । ସାଧାରଣ ଲୋକଙ୍କ ବଦଳରେ ପ୍ରତିପତ୍ତି ଥିବା ଲୋକଙ୍କୁ ଘର ମିଳିଛି । ସରକାରଙ୍କ ଦାୟିତ୍ୱ ଅଯୋଗ୍ୟ ଲୋକଙ୍କୁ ବାହର କରିବା , ଲୋକଙ୍କର ଦାୟିତ୍ୱ ନୁହେଁ । ସରକାର ଏ ଦାୟିତ୍ୱ ନିଜେ ନେବା ଦରକାର । ଅନିୟମିତତା ନେଇ ଆଜି ରାଜ୍ୟର ୩୧୪ ବ୍ଲକରେ ଘେରାଉ କରିବ ବିଜେପି ।

You May Also Like

More From Author

+ There are no comments

Add yours