Thu. Oct 15th, 2026

ବାଣପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କଲେଜରେ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ତାଲିମ୍ ପ୍ରଦାନ କରାଯାଉଛି। ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଆଠ ଦିନ ଧରି ଚାଲିଥିବା ବେଳେ ମଙ୍ଗଳବାର ଏହାର ଉଦଯାପନୀ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ରଶ୍ମୀତା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉତ୍କଳ କରାଟେ ସ୍କୁଲର ଜିଲ୍ଲା ମୁଖ୍ୟ ପ୍ରଶିକ୍ଷକ ଦୀପକ କୁମାର ସାମନ୍ତରାୟ ଓ କରାଟେରେ ଜାତୀୟ ପଦକ ବିଜେତା ସଲୋନୀ ପାତ୍ର ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ନିଜ ଆତ୍ମରକ୍ଷା ପାଇଁ ଉନ୍ନତ ମାନର କୌଶଳ ମାନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସର୍ବେଶ୍ୱର ଷଡଙ୍ଗୀ ଓ ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଆଜିର ସମାଜରେ ଛାତ୍ରୀ ମାନଙ୍କୁ ଜୀବନର ପ୍ରତିଟି କ୍ଷେତ୍ରରେ ସାହସର ସହ ନିଜର ଆତ୍ମରକ୍ଷା କରିବା ସହ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପାଇଁ ଆତ୍ମରକ୍ଷା ତାଲିମ କିପରି ସହାୟକ ହେବ ସେ ନେଇ ସମସ୍ତେ ଆଲୋକପାତ କରିଥିଲେ। ଏହି ତାଲିମ୍ ଶିବିରରେ ଯୁକ୍ତ ଦୁଇ ଶ୍ରେଣୀ ର ମୋଟ ୧୬୦ ଜଣ ଛାତ୍ରୀ ସାମିଲ ହୋଇ ବିଭିନ୍ନ ଆତ୍ମରକ୍ଷା କୌଶଳ ମାନ ତାଲିମ ନେଇଥିଲେ। ଏହି ତାଲିମ୍ ଶିବିର କୁ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ ପରିଚାଳନା କରି ଥିବା ବେଳେ ଏହି ତାଲିମ ଶିବିରରେ ପ୍ରଶିକ୍ଷକ ଭାବେ ସୁଶ୍ରୀ କଳ୍ପଶ୍ରୀ ପ୍ରଧାନ ଓ ଅର୍ଚ୍ଚନା ବେହେରା ତାଲିମ୍ ପ୍ରଦାନ କରିଥିଲେ। ତାଲିମ ପରିସମାପ୍ତି ପରେ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କମ୍ପ୍ୟୁଟର ପ୍ରଶିକ୍ଷକ ଶିବ ଶଙ୍କର ପଣ୍ଡା ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *