







ବାଣପୁର: ବାଣପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃନିଳୟ ପରିସରରେ ପାଳିତ ହୋଇଛି ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକ ।ଏହି ଅବସରରେ ଆୟୋଜିତ ହୋଇଥିଲା ୨୬ତମ ବିଜ୍ଞାନ ମେଳା ପାଳନ କରାଯାଇଛି। ବିଜ୍ଞାନ ମେଳା ସହ ବିଭିନ୍ନ ଫଟୋ, ପୁଷ୍ପ,ହସ୍ତଶିଳ୍ପ କର୍ମ ଆଦି ପ୍ରଦର୍ଶିତ ହୋଇଥିଲା।
ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକ ତଥା ସ୍ୱାଧିନତାର ୭୫ ବର୍ଷ ଦେଶରେ ସ୍ୱାଧିନତାର ଅମୃତ ମହୋତ୍ସବ” ପାଳନ ଅବସରରେ ଆୟୋଜିତ ବିଜ୍ଞାନ ମେଳା, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ଯୋଗଦେଇଥିଲେ । ମୁଖ୍ୟ ବକ୍ତାଭାବେ କଲିକତା ସ୍ଥିତ ସାହା ଅନୁଷ୍ଠାନର ଆଣବିକ ବିଜ୍ଞାନ ବିଭାଗର ବୈଜ୍ଞାନିକ ଶ୍ରୀ ପଦ୍ମଜା ପ୍ରସାଦ ମିଶ୍ର,ସମ୍ମାନୀତ ଅତିଥିଭାବେ ରସାୟନ ବିଭାଗ ମୁଖ୍ୟ ତଥା ପ୍ରଧ୍ୟାପକ ଡ. ଏସ୍ ପି ଏନ୍ ଏସ.ବର୍ମା ଓ ପ୍ରାଣୀ ବିଜ୍ଞାନର ମୁଖ୍ୟ ଡ. ଏସ୍.ମିଶ୍ର ଯୋଗଦେଇଥିଲେ । ସ୍ୱତନ୍ତ୍ର ଅତିଥିଭାବେ ମନୋବିଜ୍ଞାନ ବିଭାଗରର ମୁଖ୍ୟ ଡ.କୈଳାଶ ଚନ୍ଦ୍ର ମହାରଣା, ଅବସର ପ୍ରାପ୍ତ ପ୍ରଫେସର ରମାକାନ୍ତ ମିଶ୍ର, ଅବସର ପ୍ରାପ୍ତ ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ଯୋଗ ଦେଇଥିଲେ ।
ଶ୍ରୀ ଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ସଂଜୟ ଦାସଙ୍କ ସଭାପତିତ୍ୱରେ ସ୍କୁଲ ପରିସରରେ ବିଜ୍ଞାନ ମେଳାସହ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଅତିଥି ମାନେ ନିଜ ଭାଷଣରେ ପିଲାମାନଙ୍କ ପ୍ରତିଭା ଓ କୌଶଳର ଭୁରିଭୁରି ପ୍ରଶଂସା କରିଥିଲେ ।