
ସମ୍ମିଳିତ କର୍ମଜୀବୀ ସମ୍ୱାଦିକ ସଂଘର ଅଷ୍ଟମ ପ୍ରତିଷ୍ଠା ଦିବସ ଓ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଳିତ । ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଐତିହାସିକ ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନ ହଲରେ ୮ମ ପ୍ରତିଷ୍ଠା ଦିବସ ଓ ରାଜ୍ୟସ୍ତରୀୟ ସମ୍ମିଳନୀ ପାଳତ ହୋଇଛି । ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ଖୋର୍ଦ୍ଧା ଜିଲ୍ଲା ଶାଖା ଦ୍ୱାରା ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟବକ୍ତା, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟେତିରିନ୍ଦ୍ରନାଥ ମିତ୍ର, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ପରିବେଶବିତ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ସ୍ୱତନ୍ତ୍ର ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତି ମହାପାତ୍ର ତଥା ଓୟୁଡବ୍ଲୁଜେର ଉପସଭାପତି ଅର୍ଜୁନ ମୁଦୁଲି ଉପସ୍ଥିତ ଥିଲେ। ଜଟଣୀ ବିଧାୟକ ସୁରେଶ ରାଉତରାୟ ନିଜ ମନ୍ତବ୍ୟରେ ,ଏବେର ଗଣତନ୍ତ୍ର ଓ ରାଜ୍ୟ ଓ ଦେଶରେ ତାହାର ସମସ୍ୟ ଓ ସାମ୍ବାଦିକଙ୍କୁ ଅଣଦେଖାକୁ ନେଇ ଅନେକ କଥା କହିଥିଲେ । ସେପଟେ ଖୋର୍ଦ୍ଧା ବିଧାୟକ ଜ୍ୟେତିରିନ୍ଦ୍ରନାଥ ମିତ୍ର ସାମ୍ବାଦିକ ମାନଙ୍କ ସମସ୍ୟା ଓ ଏହାର ସମାଧାନ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଫଳରେ ଏକ ସ୍ୱଚ୍ଛ ଶାସନ ପ୍ରତିଷ୍ଠା ହୋଇପାରିବ। ଜିଲ୍ଲା ପରିଷଦ ସଭାପତି ବାସନ୍ତି ମହାପାତ୍ର ନିଜ ସ୍ୱଳ୍ପ ଭାଷଣରେ ସାମ୍ୱାଦିକତାରେ ପ୍ରତି ଭୁଲକୁ ଠିକ କରିବା ଓ ଗରିବଙ୍କ ଦାବୀ ଉପସ୍ଥାପନର ଏକ ବଳିଷ୍ଠ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରଶାସନ ଓ ସାମ୍ବାଦିକତା ସମ୍ପର୍କ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲା ଶାଖାର ସଭାପତି ପ୍ରକାଶ କୁମାର ହାତୀ ,ଜିଲ୍ଲା କର୍ମକର୍ତ୍ତାଙ୍କ ସହଯୋଗରେ ଆୟୋଜନ କରିଥିିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ.ପୀତବାସ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା। ରାଜ୍ୟ ସଭାପତି ଭାଗବତ ପ୍ରସାଦ ତ୍ରିପାଠୀ, ରାଜ୍ୟ ଉପସଭାପତି ଅର୍ଜୁନ ମୁଦୁଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ବିଭିନ୍ନ ଜିଲ୍ଲାର କର୍ମକର୍ତା ଓ OuWJ ର ପ୍ରାୟ ୨ ଶହରୁ ଉର୍ଦ୍ଧ ସାମ୍ୱାଦିକ ଉପସ୍ଥିତ ଥିଲେ।
