ବାଣପୁର ଏନଏସି ଅଧକ୍ଷ ମିଟୁ ନାୟକ ଅସହାୟମାନଙ୍କୁ ବାଣ୍ଟିଲେ ଶୀତ ବସ୍ତ୍ର

ବାଣପୁର:ବାଣପୁର ଖୋର୍ଦ୍ଧା ଜିଲା ବାଣପୁର ଏନ୍ ଏ ସି ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ଏନ୍ ଏ ସିର ଅସହାୟ ପରିବାରର ସମସ୍ତ ସଦସ୍ୟଙ୍କୁ ୱାର୍ଡ ୱାର୍ଡ ବୁଲି ଶୀତ ଦିନରେ ଶୀତ ବସ୍ତ୍ର କମ୍ୱଳ ବଣ୍ଟନ କରିଛନ୍ତି । ଅଧ୍ୟକ୍ଷଙ୍କର ଏହି ଭଳି ଜନହିତକର କାମ ପାଇଁ ସବୁଠି ପ୍ରଶଂସା ମିଳୁଛି । ଶୀତ ବସ୍ତ୍ର କମ୍ୱଳ ପାଇ ଅସହାୟମାନେ ଖୁସି ହେବା ସହ ଅଧ୍ୟକ୍ଷଙ୍କର ମଙ୍ଗଳ କାମନା କରଛନ୍ତି। ଏହା ପୂର୍ବରୁ ୩ଗୋଟି ଅସହାୟ ପରିବାର ବି ଜରି ପାଲ ଘେରରେ ରହୁଥିବା ଦେଖିବାକୁ ପାଇଥିଲେ ଅଧ୍ୟକ୍ଷ ଶ୍ରୀ ନାୟକ । ସେମାନଙ୍କ ପାଇଁ ଯଥା ଶୀଘ୍ର ଥଇଥାନ ପାଇଁ ଜାଗା ଓ ଘର ବ୍ୟବସ୍ଥା କରେଇବେ ବୋଲି ପ୍ରତିଶୃତି ଦେଇଥିଲେ।

ସେକ ମୋହିନୁଲ ହକଙ୍କ ରିପୋର୍ଟ,ବାଣପୁର

You May Also Like

More From Author

+ There are no comments

Add yours