ମହାପ୍ରସାଦର ମହାତ୍ମ୍ୟ ଓ ଆୟୁର୍ବେଦିୟ_ଭିତ୍ତିଭୂମି


ମହାପ୍ରସାଦ କହିଲେ ଶ୍ରୀ ମନ୍ଦିରରେ ପ୍ରସ୍ତୁତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦକୁ ବୁଝାଇଥାଏ । ମହାପ୍ରସାଦର ମହିମା ଅବର୍ଣ୍ଣନୀୟ । ଏହା ଅମ୍ରୁତତୁଲ୍ଯ । ମନୁଷ୍ଯକୁ ମୁକ୍ତି ପ୍ରଦାନ କରିଥାଏ ବୋଲି ବିଶ୍ବାସ ରହିଛି । ମହାପ୍ରସାଦର ସେବନରେ ମନୁଷ୍ଯ ପରମ ଆନନ୍ଦ ଲିଭିଥାଏ । ଏହା ମାନବ ଶରୀରର କୌଣସି କ୍ଷତି କରିନଥାଏ । ସତ କହିବାକୁ ଗଲେ ମାନବ ଶରୀରର ସୁରକ୍ଷାରେ ମହାପ୍ରସାଦର ମହିମା ଅବର୍ଣ୍ଣନୀୟ ।
ମହାପ୍ରସାଦର ରନ୍ଧନଶୈଳୀକୁ ଦ୍ରୁଷ୍ଟିଦେଲେ ଜାଣି ହୁଏ ଯେ, ଏହା ସଂପୂର୍ଣ୍ଣ ବାମ୍ଫ ଦ୍ବାରା ପ୍ରସ୍ତୁତ କରାଯାଏ । ରନ୍ଧନ କାର୍ଯ୍ଯରେ ବ୍ଯବହୃତ ପରିବାରୁ ଚୋପା ଛଡା ଯାଇନଥାଏ । ସୁପକାରମାନେ ବୈଜ୍ଞାନିକ ନୀତି ଅନୁସରଣ କରି ଏପରି ପ୍ରସ୍ତୁତ କରିଥାନ୍ତି । ଏହା କେବଳ ଅମୃତ ହିଁ ଅମୃତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବାରେ ଆୟୁର୍ବେଦ କିପରି ଅନୁସ୍ରୁତ ହୋଇଥାଏ, ତାହା ସମସ୍ତେ ଜ୍ଞାତ ହେବା ଆବଶ୍ଯକ । ଆୟୁର୍ବେଦ ପଦ୍ଧତିରେ ମହାପ୍ରସାଦ ରନ୍ଧନ ତଥା ପ୍ରସ୍ତୁତ ହେଉଥିବାରୁ ଏହାର ସେବନରେ କେହି କେହି ଅସୁସ୍ଥ ହୋଇପଡିଥିବା ଦ୍ରୁଷ୍ଟିକୁ ଆସିନି। ମହାପ୍ରସାଦ ପ୍ରସ୍ତୁତରେ ଘିଅ ବ୍ଯତୀତ ଅନ୍ୟ କୌଣସି ତେଲ, ଗରମ ମସଲା, ପୋସ୍ତକ ଓ ଉତ୍ତେଜକ ଦ୍ରବ୍ଯ ବ୍ଯବହାର ନିଷେଧ । ମହାପ୍ରଭୁଙ୍କ ମହାପ୍ରସାଦରେ ଆୟୁର୍ବେଦର ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ । ମହାପ୍ରସାଦର ଅଲୌକିକତା ସଂପର୍କରେ ଆଲୋଚନା କଲେ ଜଣାଯାଏ ଯେ, ଜଣେ ବ୍ୟକ୍ତି କିଭଳି ମହାପ୍ରସାଦ ସେବନ କରି ତାଙ୍କ ପେଟରେ ହୋଇଥିବା ଅନ୍ତନାଳୀ ଘା’ କୁ ଭଲ କରିଥିଲେ । ଏଥିରେ ଆୟୁର୍ବେଦର ମହନୀୟତା ବିଶେଷ ଆଲୋଚିତ ଓ ପ୍ରତିଘାତ । ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ କେବଳ ମାଟିପାତ୍ରରେ ରନ୍ଧନ ହୋଇଥାଏ। ଏ ଦ୍ରୁଷ୍ଟିରେ ପାକ ବା ପ୍ରସାଦ ସେବନ ନିମିତ୍ତ ମାଟିପାତ୍ର ହିଁ ସର୍ବୋତ୍ତମ ।

ଶ୍ରୀମନ୍ଦିରକୁ ସ୍ବତ୍ବଲିପି ଅନୁସାରେ କୁମ୍ଭକାର ନିଯୋଗ ମାଟିପାତ୍ର ତିଆରି କରି ମହାପ୍ରସାଦ ପ୍ରସ୍ତୁତି ନିମିତ୍ତ ଶ୍ରୀମନ୍ଦିରକୁ ଯୋଗାଇଥାନ୍ତି । ଶ୍ରୀମନ୍ଦିରରେ ବ୍ଯବହୃତ ମାଟିପାତ୍ରକୁ ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି । ୧- ପାହାନ୍ତି ତାଡ,୨- ମଝଲା ତାଡ, ୩- ଚାଟି ତାଡ । ୪ ପ୍ରକାର ସରା – ବଡ, ପୁଳି, ପାଳି ଓ ପଟା ବ୍ଯବହୃତ ହୁଏ । ସମସ୍ତ ମହାପ୍ରସାଦ ପ୍ରସ୍ତୁତି ଯୋଗ୍ୟ ମାଟିପାତ୍ରର ରଙ୍ଗ ନାଲି ହିଁ ହେବା ବିଦ୍ଧିସମ୍ମତ। ପାକ ଯୋଗ୍ୟ ମାଟିପାତ୍ର ସମ୍ବନ୍ଧରେ ‘ବାମଦେବ ସଂହିତା’ ଦଶମ ଅଧ୍ଯାୟ ନବମ ଶ୍ଲୋକରୁ ତ୍ରୟୋଦଶ ଶ୍ଳୋକ ମଧ୍ଯରେ ବିଶେଷ ବର୍ଣ୍ଣିତ ହୋଇଅଛି।

ମହାପ୍ରସାଦ ପ୍ରସ୍ତୁତିରେ କେବଳ ବୈଷ୍ଣବାଗ୍ନୀ ବ୍ଯବହୃତ ହୋଇଥାଏ ଓ ଦେବୀ ପଦ୍ମାଳୟା – ମହାଲକ୍ଷ୍ମୀ ରନ୍ଧନ କାର୍ଯ୍ୟ ସମାପନ କରିଥାନ୍ତି । ହାଣ୍ଡିଗୁଡିକ ଚକ୍ରମୁଦ୍ରା ଆକାରରେ ସଜ୍ଜିତ ହୋଇ ପ୍ରସାଦ ପ୍ରସ୍ତୁତ ହୋଇଥାଏ । ଏହାଛଡା ମାଟିପାତ୍ରରେ ନିମ୍ନରେ ଚକ୍ରମୁଦ୍ରା ମଧ୍ଯ ଅଙ୍କିତ ହୋଇଥାଏ ।

ମହାପ୍ରସାଦ ପ୍ରସ୍ତୁତିରେ ଶାସ୍ତ୍ରିୟ ବ୍ଯବସ୍ଥା ସଂପୂର୍ଣ୍ଣ ରୂପେ ଅନୁସ୍ରୁତ ହୋଇଥାଏ । ମହାପ୍ରସାଦ ପ୍ରସ୍ତୁତିରେ କେବଳ ମାଟିପାତ୍ର ଉତ୍ତମ ଓ ଗ୍ରହଣୀୟ ବୋଲି କୁହାଯାଇଛି । ମାଟିପାତ୍ରରେ ଯେଉଁ ପ୍ରସାଦ ପ୍ରସ୍ତୁତ ହୋଇଥାଏ ସେଥିରେ ମାଟିପାତ୍ରରେ କ୍ଷୟ ଅଂଶ ପ୍ରସାଦରେ ମିଶିବାର ସୁଯୋଗ ନଥାଏ । ମାତ୍ର ଧାତୁ ନିର୍ମିତ ପାତ୍ରରେ ପାକ ପ୍ରସ୍ତୁତ ହେଲେ ଯାହାକି ସ୍ବାସ୍ଥ୍ଯ ପକ୍ଷେ କ୍ଷତିକାରକ ।

You May Also Like

More From Author

+ There are no comments

Add yours